୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ, କେଉଁ ବିଭାଗ ପାଇଁ କେତେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବୁଧବାର ହୋହାଲ୍ଲା ମଧ୍ୟରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ ହୋଇଛି। ବିରୋଧୀମାନଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହା ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୮୧୨୬.୩୨ କୋଟି ଟଙ୍କାର ବ୍ୟୟ ମଂଜୁରୀ ବିଲ ଆଗତ କରିଥିଲେ।

ଅତିରିକ୍ତ ପ୍ରଶାସନିକ ବ୍ୟୟ ପାଇଁ ୨୬୭.୨୩ କୋଟି ଟଙ୍କା ଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭ ହଜାର ୪୩୨.୮୦ କୋଟି ଟଙ୍କାର ବ୍ୟୟ ରଖାଯାଇଛି। ବଜେଟରେ ସଂସଦୀୟ ବ୍ୟାପାର ବିଭାଗ ପାଇଁ ୧.୭୫ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୮୫୧.୧୫ କୋଟି ଟଙ୍କା, ପର୍ଯ୍ୟଟନ ବିଭାଗ ପାଇଁ ୪୫.୫୩ କୋଟି ଟଙ୍କା, ସମବାୟ ପାଇଁ ୧୯୧.୦୩ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶ ପାଇଁ ୨୬୧.୨୫ କୋଟି ଟଙ୍କା, ପ୍ରଯୁକ୍ତିବିଦ୍ୟା ପାଇଁ ୧୭.୦୧ କୋଟି ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୩୪.୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ସେହିପରି ଦକ୍ଷତା ବିକାଶ ପାଇଁ ୭୧.୫୭ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି ଟଙ୍କା ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ ୩.୦୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ପାଇଁ ୫୦୪ କୋଟି ଟଙ୍କା ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ୪୯୧.୨୨ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି।

ସମ୍ବନ୍ଧିତ ଖବର