କେନ୍ଦ୍ରାପଡ଼ା : ଜାଲ ଦସ୍ତଖତ ବଳରେ ସାଢେ ୯ ଲକ୍ଷ ଟଙ୍କା ହଡ଼ପ କରି ନେବା ଭଳି ଅଭିଯୋଗ ହୋଇଛି କେନ୍ଦ୍ରାପଡ଼ା ବ୍ଲକ୍‌ ଘାଗରା ପ˚ଚାୟତର ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ। ଭିନ୍ନ ଭିନ୍ନ ଚେକ୍‌ ମାଧୢମରେ ସେ ଏହି ଟଙ୍କାକୁ ନିଜ ସ˚ପର୍କୀୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରିଛନ୍ତି। ଏ ସ˚କ୍ରାନ୍ତରେ ସିଆର‌୍‌ପି ଓ ବ୍ୟାଙ୍କ୍‌ ମିତ୍ର ମହିଳା ଅଭିଯୋଗ କରିବା ପରେ କେନ୍ଦ୍ରାପଡ଼ା ବିଡିଓ ଟାଉନ ଥାନାରେ ଶ୍ରୀମତୀ ବେହେରାଙ୍କ ନାମରେ ଏତଲା ଦେଇଛନ୍ତି। ହେଲେ ଟାଉନ ଥାନା ଅ˚ଚଳର ହୋଇନଥିବାରୁ ନିକିରାଇ ଥାନାରେ ଟଙ୍କା ହଡ଼ପ ନେଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶ୍ରୀମତୀ ବେହେରା ପରିବାର ସହ ଫେରାର‌୍‌ ହୋଇଯାଇଥିବା ସୂଚନା ମିଳିଛି।

Advertisment

ଘାଗରା ମିସନ ଶକ୍ତି ସଭାନେତ୍ରୀ ଆରତି ଦାସ, ସ˚ପାଦିକା ସୁଜାତା ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ ଗତ ମେ ୮ ତାରିଖରେ ମିସନ ଶକ୍ତି ବୈଠକ ପାଇଁ ତାରିଖ ସ୍ଥିର ହୋଇଥିଲା। ସିଆର‌୍‌ପି ଓ ବ୍ୟାଙ୍କ୍‌ ମିତ୍ରମାନେ ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଏମ୍‌ବିକେ ଶ୍ରୀମତୀ ବେହେରା ବୈଠକକୁ ଆସି ନଥିଲେ। ଏମ୍‌ବିକେ ହିସାବରେ ତାଙ୍କ ପାଖରେ ମିସନ ଶକ୍ତିର ସମସ୍ତ କାଗଜପତ୍ର, ଚେକ୍‌ ବହି, କ୍ୟାସ ବହି, ରିଜୋଲୁସନ୍‌ ଖାତା ଇତ୍ୟାଦି ଥିବା କାରଣରୁ ତାଙ୍କ ଅନୁପସ୍ଥିତିରେ ବୈଠକ ହେଇ ପାରିନଥିଲା। ଏହାପରେ ମେ୯ତାରିଖକୁ ବୈଠକ ପାଇଁ ପୁଣି ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ସେହି ବୈଠକକୁ ବି ଶ୍ରୀମତୀ ବେହେରା ଆସିଲେ ନାହିଁ। ତାଙ୍କ ଘରକୁ ଯାଇ ବୁଝିବା ପରେ ଶ୍ରୀମତୀ ବେହେରା ପରିବାର ସହ କୁଆଡେ଼ ଯାଇଥିବା ସୂଚନା ମିଳିଥିଲା। ତାଙ୍କ ମୋବାଇଲ୍‌ ସୁଇଚ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିଲା ନାହିଁ। ଏମ୍‌ବିକେଙ୍କ ଏଭଳି ଆଚରଣକୁ ନେଇ ମନରେ ସନ୍ଦେହ ହେବାରୁ ନୂଆ ବସଷ୍ଟାଣ୍ତ୍‌ସ୍ଥିତ ବ୍ୟାଙ୍କ୍‌ ଅଫ ବରୋଦା ଶାଖାରେ ଥିବା ଆକାଉଣ୍ଟ୍‌ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ସଭାନେତ୍ରୀ ଓ ସ˚ପାଦିକାଙ୍କ ଜାଲ୍‌ ଦସ୍ତଖତରେ ୯ ଲକ୍ଷ ୪୪ ହଜାର ୮୦ ଟଙ୍କା ଅନ୍ୟ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଯାଇଥିବା ଜଣାପଡ଼ିଥିଲା। ଯେଉଁ ସବୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଏହି ଟଙ୍କା ଯାଇଛି, ସେମାନେ ଶ୍ରୀମତୀ ବେହେରାଙ୍କ ପରିବାର ସଦସ୍ୟ ଏବ˚ ସ˚ପର୍କୀୟ ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣା ଜାଣିବା ପରେ ଥାନାରେ ମାମଲା ରୁଜୁ କରିବାକୁ ମହିଳାମାନଙ୍କୁ ବହୁ କସରତ କରିବାକୁ ପଡ଼ିଛି। ପ୍ରଥମେ ମହିଳା ମାନେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଟାଉନ ଥାନା ଅଧୀନରେ ବ୍ୟାଙ୍କ୍‌ ଥିବାରୁ ସେଠାକୁ ଯାଇ ଅଭିଯୋଗ କରିବାକୁ ପୁଲିସ କହିଥିଲା। ସେଠାରେ ବି ଟାଉନ ପୁଲିସ ଅଭିଯୋଗ ଗ୍ରହଣ ନ କରିବାରୁ ମହିଳାମାନେ ବିଡିଓଙ୍କୁ ଲିଖିତ ଜଣାଇଥିଲେ। ବିଡିଓ ଏ ସ˚କ୍ରାନ୍ତରେ ଗତ ୨୪ତାରିଖରେ ଟାଉନ ଥାନାରେ ଏତଲା ଦେଇଥିଲେ। ପାଞ୍ଚ ଦିନ କାଳ ଟାଉନ ପୁଲିସ ମାମଲା ରୁଜୁ ନ କରି ପକାଇ ରଖି ଶେଷରେ ନିକିରାଇ ଥାନାରେ ଅଭିଯୋଗ କରିବାକୁ କହିଥିଲା। ନିକିରାଇ ଓ ଟାଉନ ପୁଲିସର ଏପ୍ରକାର ଆଚରଣରେ ନିରାଶ ହୋଇ ଶେଷରେ ସଭାନେତ୍ରୀ, ସ˚ପାଦକଙ୍କ ସମେତ ଅନ୍ୟ ମହିଳାମାନେ ମ˚ଗଳବାର ଦିନ ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ତେଙ୍କୁ ଭେଟି ଫେରାଦ୍‌ ହୋଇଥିଲେ। ଅତିରିକ୍ତ ଏସ୍‌ପି ଘଟଣାରେ ହସ୍ତକ୍ଷେପ କରିବା ସହିତ ନିକିରାଇ ଥାନାକୁ ନିର୍ଦେଶ ଦେବା ପରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।