ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪ଟି ସଂସ୍ଥା ଦାନ କଲେ ୯.୫୫ କୋଟି

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଲା ୬.୬୧ କୋଟି

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫନି ପୀଡ଼ିତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ୪ଟି ସଂସ୍ଥା ଓ ବ୍ୟକ୍ତିବିଶେଷ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଇଛନ୍ତି।

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି ଓ ସିଇଓ) ଦୀନବନ୍ଧୁ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‌ସାକ୍ଷାତ କରି ୬.୬୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ସେହିପରି ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌ ପକ୍ଷରୁ ଏହାର ଜେନେ‌ରାଲ୍‌ ମ୍ୟାନେଜର(ପୂର୍ବାଞ୍ଚଳ) ଅମ୍ଳାନ ମୁଖାର୍ଜୀ ୨.୫ କୋଟି ଟଙ୍କା ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୩ ଲକ୍ଷ ୨୪ ହଜାର ୭୧୧ ଟଙ୍କାର ପ୍ରଦାନ କରାଯାଇଥିବା ବେଳେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଚାରିମାସର ପେନ୍‌ସନ୍‌ ବାବଦରେ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହିରୂପେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ କୋଟି ୫୫ ଲକ୍ଷ ୪୪ ହଜାର ୭୧୧ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର