ପାରଳାଖେମୁଣ୍ତି: ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲା ତଥା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ଓ ପ୍ରାଧିକରଣ ସଚିବ ରବିନାରାୟଣ ବେହେରା ଯୋଗ ଦେଇ କୋର୍ଟ କାର୍ଯ୍ୟର ତଦାରଖ କରିଥିଲେ। ପରିବାର ଅଦାଲତ ଜଜ୍ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ କୁମାର ସାମଲ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ନରୋତ୍ତମ ସେଠୀ, ସବ ଜଜ୍ ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ବିଷ୍ଣୁପ୍ରିୟା ସାମନ୍ତରାୟ ପ୍ରମୁଖ ନିଜନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ସେହିଭଳି, ରା.ଉଦୟଗିରି କୋର୍ଟ ଠାରେ ଆୟୋଜିତ ଲୋକ ଅଦାଲତରେ ସବ ଜଜ୍ ପୁଣ୍ୟଶ୍ଳୋକ ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ତରୁଣ କୁମାର ସେଠି, ମୋହନା କୋର୍ଟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶୁଭଜିତ ବେହେରା ଓ କାଶୀନଗର ଗ୍ରାମ୍ୟ ନ୍ୟାୟାଳୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ସୁଶ୍ରୀ ଅଙ୍କିତା ଗୁରୁ ନିଜନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ସମୁଦାୟ ୭୬୦ଟି କେସକୁ ବିଚାରକୁ ନିଆଯାଇ ୧୦୩ଟି ମାମଲାର ତ୍ବରିତ ସମାଧାନ କରାଯାଇଥିଲା। ୯ ଲକ୍ଷ ୨ ହଜାର ୫୯ ଟଙ୍କା ଜରିମାନା ଆଦାୟ କରଯାଇଥିଲା । ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ମାମଲାର ମଧ୍ୟ ସମାଧାନ ହୋଇଥିଲା। ୬୧୮ଟି ମକଦ୍ଦମାରୁ ୫୯ଟିର ସମାଧାନ କରାଯାଇଥିଲା। ଲୋକ ଅଦାଲତରେ ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ବରଷ୍ଠ ଆଇନଜୀବୀ ଯୋଗ ଦେଇ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟରେ କୋର୍ଟ କର୍ମଚାରୀ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/33cb8d08-6237-459e-9114-7e7078a71067.jpeg)