ମାରଣାସ୍ତ୍ର ଦେଖାଇ ୯୨ ହଜାର ଟଙ୍କା ଲୁଟ୍‌

ଦେବଗଡ଼ : ଦେବଗଡ଼ ଥାନା ଚିକିଣିଘାଟି ନିକଟରେ ଗୁରୁବାର ଦ୍ବିପହର ସମୟରେ ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକଙ୍କଠାରୁ ୯୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହରର ରଞ୍ଜନ ପାଢ଼ୀ ଓ ସମ୍ବଲପୁର ଜିଲ୍ଲା ଖରସନମାଲର ବିଦ୍ୟାଧର ଖମାରୀ ଏକ ଔଷଧ କମ୍ପାନିରେ କାମ କରନ୍ତି। ସେମାନେ ଗୁରୁବାର ଦ୍ବିପହର ସମୟରେ ରିଆମାଳ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗାଲବେଡ଼ାର ଏକ ଔଷଧ ଦୋକାନରୁ ଅର୍ଥ ସଂଗ୍ରହ କରି ଦେବଗଡ଼ ଅଭିମୁଖେ ଫେରୁଥିବା ବେଳେ ଚିକିଣିଘାଟି ନିକଟରେ ୨ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ପଲସର ବାଇକରେ ଆସି ସେମାନଙ୍କୁ ଅଟକାଇବା ସହିତ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସେମାନଙ୍କ ପାଖରେ ଥିବା ୯୨ ହଜାର ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ରଞ୍ଜନ ଓ ବିଦ୍ୟାଧର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର