ଭୁବନେଶ୍ବର : ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲାର ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ନିକଟରେ ଷ୍ଟ୍ରିଟ ଲାଇଟ୍ ନଥିବାରୁ ବହୁ ଦୁର୍ଘଟଣା ଘଟୁଛି। ତେଣୁ ଏହି ସମ୍ବେଦନଶୀଳ ସ୍ଥାନରେ ତୁରନ୍ତ ଆଲୋକୀକରଣ କରିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।
ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଏବେ ଏହି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଆଲୋକୀକରଣ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତା’ର ଏକ ଆକଳନ ପୂର୍ତ୍ତ ବିଭାଗ କରିଛି। ପୂର୍ତ୍ତ ବିଭାଗର ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ କମିଟିର ନିେର୍ଦ୍ଦଶ ଅନୁଯାୟୀ ଯେଉଁ ସବୁ ସ୍ଥାନରେ ଆଲୋକୀକରଣ ହେବ ସେଥିପାଇଁ ୯୪୦କୋଟି ୧୯ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ପାଇଁ ୭୯୫କୋଟି ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହା ବାଦ୍ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜାତୀୟ ରାଜପଥଗୁଡ଼ିକରେ ଆଲୋକୀକରଣ ପାଇଁ ୧୪୪କୋଟି ୮୯ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ହେଲେ ଏଥିପାଇଁ କେବେ ଅର୍ଥ ମଞ୍ଜୁର ହେବ ଏବଂ କେବେ କାମ ଆରମ୍ଭ ହେବ ନିଷ୍ପତ୍ତି ହୋଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/highway.jpg)