ବଜେଟ୍‌ ସ୍ବତନ୍ତ୍ର : ଟଙ୍କିକିଆ ଚାଉଳ ପାଇଁ ୯୬୯ କୋଟି ଟଙ୍କା ବ୍ୟୟ ବରାଦ

ଶକ୍ତି କ୍ଷେତ୍ର ଲାଗି ୧୭୯୯ କୋଟି ଟଙ୍କାର ଖର୍ଚ୍ଚ ଯୋଜନା।
ପାରାଦୀପ ବନ୍ଦର ଅଞ୍ଚଳରେ ଶିଳ୍ପର ବିକାଶ ଓ ପିସିପିଆଇଆରର ବିକାଶ ଲାଗି ବିଦ୍ୟୁତ ବ୍ୟବସ୍ଥାର ଉନ୍ନତି ହେବ। ଏଥିପାଇଁ ୩ବର୍ଷରେ ୬୩୭ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୧-୨୨ରେ ଏଥିନିମନ୍ତେ ୯୦ କୋଟି ବ୍ୟୟ ବରାଦ କରାଯାଇଛି।
ଓଡ଼ିଶା ଶକ୍ତି ଉତ୍ପାଦନ ନିଗମରେ ଥିବା ଏଇଏସ୍‌ର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଜଳବିଦ୍ୟୁତ ନିଗମରେ ୫୦୦ କୋଟିର ଅଂଶଧନ ନିବେଶ ହେବ।
୨୨୫ େକାଟି ଟଙ୍କା ଅତିରିକ୍ତ ଇକ୍ୟୁଇଟି ସହାୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି।
ଓପିଟିସିଏଲ୍‌କୁ ଅଂଶଧନ ସହାୟତା ବାବଦରେ ୩୩୨ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି।
ହାତୀ ଚଳପ୍ରଚଳ କରୁଥିବା ପଥ ଓ ଅଞ୍ଚଳର ବିକାଶ ପାଇଁ ୧୨୦ କୋଟି

ସମ୍ବନ୍ଧିତ ଖବର