ଭୁବନେଶ୍ବର : ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ଭାରତୀୟ ରେଳବାଇ ଆକାଉଣ୍ଟସ୍ ସେବା ୧୯୮୭ ବ୍ୟାଚ୍ର ବରିଷ୍ଠ ଅଧିକାରୀ ରବି ଶଙ୍କର ମିତ୍ର ଯୋଗଦେଇଛନ୍ତି। ଏହି ପଦବୀରେ ଯୋଗଦେବା ପୂର୍ବରୁ ସେ ଗୌହାଟିସ୍ଥିତ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ବିତ୍ତ ଅଧିକାରୀ ଓ ଆଞ୍ଚଳିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ମିତ୍ର ପୂର୍ବତଟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ ଓ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ସେ ଖଡ଼ଗପୁର, ଚକ୍ରଧରପୁର ଓ ୱାଲଟିଅର ରେଳ ମଣ୍ଡଳଗୁଡ଼ିକରେ ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟ କରି ବହୁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାଜପୁର ଜିଲ୍ଲା ବୈତରଣୀ ରୋଡରେ ଜନ୍ମଗ୍ରହଣ କରି ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୮୫ରେ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଶେଷ କରି ରେଳବାଇ ସେବାରେ ଯୋଗଦେଇଥିଲେ।
ରବି ଶଙ୍କର ମିତ୍ର ପୂର୍ବତଟ ରେଳପଥର ମୁଖ୍ୟ ଆର୍ଥିକ ପରାମର୍ଶଦାତା
/sambad/media/post_attachments/wp-content/uploads/2019/05/railway-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)