ସରକାର ହାରମାନିଲେ, ଏଲ୍‌ଆଣ୍ଡ୍‌ଟିକୁ ଦେବେ ୧୦୦ କୋଟି

ଭୁବନେଶ୍ବର : ସମ୍ବଲପୁର-ରାଉରକେଲା ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ପ୍ରକଳ୍ପକୁ ନେଇ ଏଲ୍‌ଆଣ୍ଡ୍‌ଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଦୀର୍ଘବର୍ଷର ‌ଲଢ଼େଇ ଶେଷ ହୋଇଛି। ରାଜ୍ୟ ସରକାର ଏଲ୍‌ଆଣ୍ଡ୍‌ଟି ଆଗରେ ହାର ମାନିଛନ୍ତି। ଏଲ୍‌ଆଣ୍ଡ୍‌ଟିର ଦାବି ଅନୁଯାୟୀ ୧୦୦କୋଟି ୬ଲକ୍ଷ ୪୨ହଜାର ୪୬୬ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଲ୍‌ଆଣ୍ଡ୍‌ଟିକୁ ଏହି ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ ୩ଟି ଚୁକ୍ତିନାମା ନିମିତ୍ତ ମଧ୍ୟସ୍ଥ ନ୍ୟାୟାଧିକରଣଙ୍କ (ଆର୍ବିଟେସନ୍ ଟ୍ରିବ୍ୟୁନାଲ) ଦ୍ବାରା ୧୭.୦୧.୨୦୦୨ର ଆଦେଶନାମାରେ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପରେ ଏଲ୍‌ଆଣ୍ଡ୍‌ଟି କରିଥିବା କାମରେ ପୂର୍ତ୍ତ ବିଭାଗ ଆପତ୍ତି ଉଠାଇ ପ୍ରାୟ ୨୦କୋଟି ଟଙ୍କା ପ୍ରଦାନ କରିନଥିଲା। ଏହା ବିରୋଧରେ ଏଲ୍‌ଆଣ୍ଡ୍‌ଟି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୦୨ ମସିହାରେ କୋର୍ଟ ଏହି ମାମଲାର ଶୁଣାଣି କରି ଏଲ୍ଆଣ୍ଡ୍‌ଟି ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ଏହାପରେ ବି ପୂର୍ତ୍ତ ବିଭାଗ ଅର୍ଥ ନଦେବାରୁ ଏଲ୍‌ଆଣ୍ଡ୍‌ଟି କର୍ତ୍ତୃପକ୍ଷ ନିର୍ମାଣସୌଧରେ ତାଲା ପକାଇ ପୂର୍ତ୍ତ ବିଭାଗର କମ୍ପ୍ୟୁଟର ଏବଂ ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ଯାହା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଥିଲେ।

ସମ୍ବନ୍ଧିତ ଖବର