ଭୁବନେଶ୍ବର : ଆର୍ବିଆଇ ଅଣପଞ୍ଜୀକୃତ ଲୋନ୍ ଆପ୍କୁ ଅଚଳ କରିବା ପରେ ସେଗୁଡ଼ିକୁ ଚଳାଉଥିବା ସଂସ୍ଥାର ଆକାଉଣ୍ଟ୍ ଅଚଳ କରି ଟଙ୍କା ଜବତ କରିବା ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଝାଡ଼ଖଣ୍ଡ ଜାମ୍ସେଦପୁରର ବିଟିଡବ୍ଲୁଓ କନସଲ୍ଟିଂ ପ୍ରାଲି, ପୁଣେର ଜିଆଲିଙ୍ଗ୍ ଟେକ୍ନୋଲୋଜି ପ୍ରାଲି ଓ ବାଙ୍ଗାଲୋରର ଓମଲେଟ୍ ଟେକ୍ନୋଲୋଜି ପ୍ରାଲିର ଏକାଧିକ ଆକାଉଣ୍ଟ୍ ଅଚଳ କରିଛି। ସେଥିରେ ଥିବା ୨କୋଟି ୫୨ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଛି। ତେବେ ପୂର୍ବରୁ ଏହି ବେଆଇନ୍ ଲୋନ୍ ଆପ୍ ଘଟଣାରେ ଇଓଡବ୍ଲୁ ୬କୋଟି ୫୭ଲକ୍ଷ ଟଙ୍କା ଜବତ କରିଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହିତ ଶହ ଶହ କୋଟି ଠକେଇର ମୁଖ୍ୟ ଅଭିଯୁକ୍ତ ଚୀନର ଲିୟୁ ୟିଙ୍କ ସମେତ ୫ ବିଦେଶୀ ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି।
ବେଆଇନ୍ ଲୋନ୍ ଆପ୍ ମାଧ୍ୟମରେ ଠକେଇ ଘଟଣା: ପୁଣି ୨.୫୨କୋଟି ଟଙ୍କା ଜବତ କଲା ଇଓଡବ୍ଲୁ
/sambad/media/post_attachments/wp-content/uploads/2019/05/EOW.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)