ଭୁବନେଶ୍ବର : ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ରାଜ୍ୟର ୨ଶହ ପ୍ରାର୍ଥୀଙ୍କୁ ନିପୁଣ କରାଇବା ଲକ୍ଷ୍ୟ ରାଜ୍ୟ ସରକାର କୋଚିଂ ବ୍ୟବସ୍ଥା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏଥିପାଇଁ ୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଥିଲେ, କୋଚିଂ ଅନୁଷ୍ଠାନ ଚୟନ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ତଥା ଯୋଗ୍ୟତା ଆଧାରରେ ଚୂଡ଼ାନ୍ତ କରାଯାଇଛି। ଅଧିକ ପ୍ରାର୍ଥୀଙ୍କୁ ଏହି ଯୋଜନାରେ ସାମିଲ କରିବାର ଯୋଜନା ରାଜ୍ୟ ସରକାରଙ୍କ ପାଖରେ ନ ଥିବା ସେ କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର