ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) କୋଲ୍ କେମିକାଲ ବିଭାଗ (ସିସିଡି) ବିଷାକ୍ତ ଗ୍ୟାସ୍ ଲିକ୍ରୁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। କାର୍ଯ୍ୟରେ ଅବହେଳା ପାଇଁ ଗତକାଲି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଶକ୍ତି ପରିଚାଳନା ବିଭାଗ (ଇଏମ୍ଡି)ର ଡିଜିଏମ୍ ଜି. ବାରିକ୍ ଓ କୋଲ୍ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍ ଏନ୍. ଦାଶଙ୍କୁ ନିଲମ୍ବିତ କରିଥିଲେ। ଆଜି ସହକାରୀ ସୁରକ୍ଷା ମହାପ୍ରବନ୍ଧକ ସ୍ମୃତିରଞ୍ଜନ ସାହୁ ନିଲମ୍ବିତ କରାଯାଇଛି। ନିଲମ୍ବନ ସଂଖ୍ୟା ୩ରେ ପହଞ୍ଚିଛି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ମରାମତି କାମ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା କି ନାହିଁ, ଘଟଣା ପାଇଁ କେଉଁମାନେ ଦାୟୀ ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ସିଇଓଙ୍କ ନିର୍ଦ୍ଦେଶରେ ଗଠିତ ତଦନ୍ତକାରୀ କମିଟି।
ମିଳିଥିବା ସୂଚନା ଅନୁସାରେ, ମାଟେରିଆଲ ମ୍ୟାନେଜମେଣ୍ଟ ବିଭାଗର ସିଜିଏମ୍ ଆର୍. ମହାପାତ୍ର, ପ୍ରକଳ୍ପ ବିଭାଗର ସିଜିଏମ୍ ଏସ୍.କେ. ବେହେରା, ମେକାନିକାଲ ବିଭାଗର ସିଜିଏମ୍ ଏ.ଭି. ରାଜ ଶେଖରଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ତିନି ଜଣିଆ ଟିମ୍ କୋଲ୍ କେମିକାଲ ବିଭାଗରେ ପହଞ୍ଚି ଦାୟିତ୍ବରେ ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/RSP-Gas-Leak-Case_Death-Toll-Rises-to-4_Thumbnail-750x430-1.jpg)