ରାଉରକେଲା: ଗାଧେଇବାକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ପିତାମହଲ ଡ୍ୟାମରେ ବୁଡ଼ି ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ଜଣେ ଯୁବ ଇଞ୍ଜିନିଅରଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି ଆର୍ଏସ୍ପି ଇନ୍ଷ୍ଟ୍ରୁମେଣ୍ଟେସନ ବିଭାଗର ମ୍ୟାନେଜର ବିଶ୍ବଜିତ ଜେନା(୩୨)। ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସେକ୍ଟର-୫, କ୍ବାର୍ଟର ନମ୍ବର ଏ-୨୮ରେ ଶ୍ରୀ ଜେନା ସପରିବାର ବାସ କରନ୍ତି। ପରିବାର କହିଲେ ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟା। ବିଶ୍ବଜିତ ଆଜି ସନ୍ଧ୍ୟାରେ ନିଜର ଦୁଇ ସାଙ୍ଗ ସହ ପିତାମହଲ ଡ୍ୟାମକୁ ଗାଧେଇବାକୁ ଯାଇଥିଲେ। ତିନି ସାଙ୍ଗ ଡ୍ୟାମରେ ଗାଧୋଉଥିବାବେଳେ ବିଶ୍ବଜିତଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଗଭୀର ପାଣି ଭିତରକୁ ପଶିଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଅଗ୍ନୀଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଖୋଜାଖୋଜି କରିବାର କିଛି ସମୟପରେ ମୃତ ଦେହ ଉଦ୍ଧାର ହୋଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସ୍ରେ ମୃତଦେହ ରହିଛି। ଆସନ୍ତାକାଲି ବ୍ୟବଚ୍ଛେଦପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ।
ପାଣିରେ ବୁଡ଼ି ଆର୍ଏସ୍ପି ମ୍ୟାନେଜରଙ୍କ ମୃତ୍ୟୁ, ଦୁଇ ସାଙ୍ଗ ସହ ଯାଇଥିଲେ ପିତାମହଲ ଡ୍ୟାମ୍
/sambad/media/post_attachments/wp-content/uploads/2018/09/drawn-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)