ଆର୍‌ଏସ୍‌ପିରେ ୪୦୦ କୋଟିର ସ୍ଲାଗ୍‌ ଦୁର୍ନୀତି!

ତଦନ୍ତ ପାଇଁ ସିଭିସି, ସିବିଆଇ ଓ ଏସିବିରେ ଅଭିଯୋଗ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି) ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ରୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟନ୍‌ ଧାତୁଖାଦ (ସ୍ଲାଗ୍‌) ବିକ୍ରିରେ ହୋଇଥିବା ବଡ଼ ଧରଣର ଦୁର୍ନୀତି କ୍ରମଶଃ ପଦାକୁ ଆସିବାରେ ଲାଗିଛି। ଇ-ନିଲାମ ହେବା ପୂର୍ବରୁ କର୍ତ୍ତୃପକ୍ଷ ନୋଟିସ୍‌ ବୋର୍ଡ଼ରେ ବିଜ୍ଞାପନ ଦେଇ ସ୍ଲାଗ୍‌ ବିକ୍ରି ପାଇଁ ଯେଉଁ ପ୍ରକ୍ରିୟା ଅନୁସରଣ କରି ଆସିଥିଲେ, ତା’ ଦ୍ୱାରା ବିଗତ ୫ ବର୍ଷ ମଧ୍ୟରେ ଆର୍‌ଏସ୍‌ପି ପ୍ରାୟ ୪୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ ନିମନ୍ତେ ସ୍ଥାନୀୟ ଝିରପାଣିର ଜନୈକ ବଳଦେବ ସାହୁ ମୁଖ୍ୟ ଭିଜିଲାନ୍ସ କମିସନର୍‌ (ସିଭିସି), ସିବିଆଇ ନିର୍ଦ୍ଦେଶକ ଓ ଭୁବନେଶ୍ୱରର ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର