ରାଉରକେଲା: ଗତ ତିନି ବର୍ଷଧରି ଆରଏସପିର ଏକ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ୍ । ସେହି ଘରେ ରହୁଥିବା ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଜନୈକ କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀ ମିଶି  ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ସେକ୍ସ ରାକେଟ୍  ଚଳାଇ ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା।

Advertisment

publive-image

ସୂଚନାନୁସାରେ, ରାଉରକେଲା ସହରର ସେକ୍ଟର ୧୭ ଅଂଚଳରେ ଥିବା ଏକ କ୍ୱାର୍ଟରରେ ତିନି ବର୍ଷଧରି ହେବ ସେକ୍ସ ରାକେଟ୍ ଚାଲୁଥିଲା । ସ୍ଥାନୀୟ ଲୋକେ ଏନେଇ ସନ୍ଦେହ କରି ପୁଲିସରେ ଖବର ବି ଦେଉଥିଲେ, ପୁଲିସ ବି ଚଢ଼ଉ କରୁଥିଲା ହେଲେ ବାରମ୍ବାର ପୁଲିସକୁ ନିରାଶ ହେବାକୁ ପଡ଼ୁଥିଲା। ମାତ୍ର ଗତକାଲି ରାତି ପ୍ରାୟ ଗୋଟାଏ ବେଳକୁ  ପୁଲିସ ସୂଚନା ପାଇ ଆରଏସପିର ସେକ୍ଟର ୧୭ର ସି-୧୪ ନଂ କ୍ୱାର୍ଟରରେ ଚଢଉ କରିଥିଲା । ଚଢଉ ସମୟରେ ୨ ଯୁବକ ଓ ୨ ଯୁବତୀ ଅସଂଯତ ଅବସ୍ଥାରେ ରହିଥିଲେ । ପୁଲିସ ସେମାନଙ୍କୁ ଗିରଫ କରିଛି । ଏହାସହ ୨ଜଣ ଯୁବତୀଙ୍କୁ ଉଦ୍ଧାର ମଧ୍ୟ କରିଛି । ଏପରିକି ଘଟଣାର ରାଣୀ ମହୁମାଛି କୁହାଯାଉଥିବା କର୍ମଚାରୀଙ୍କ ସ୍ତ୍ରୀଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।

publive-image

ଉଦ୍ଧାର ଯୁବତୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯିବା ସହ ଯୁବକଙ୍କୁ ପଚାରାଉଚରା ଜାରି ରହିଛି । ତେଣେ ପୁଲିସ ପକ୍ଷରୁ ଦିନ ୧୨ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣା ସଂପର୍କରେ ଅଧିକ ସୂଚନା ଦିଆଯିବ ବୋଲି ଡିଏସପି ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।