ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ପାଇପ୍ ଲିକ୍ ହେବାରୁ ତିନି ଗୁରୁତର, ଇସ୍ପାତ ଜେନେରାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ରାଉରକେଲା ଇସ୍ପାତ କାରଖାନାର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି )ରେ ଏକ ଦୁର୍ଘଟଣା ଘଟିଛି l ଆଜି ସକାଳ ପ୍ରାୟ ସାଢେ ୭ଟାରେ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି )ରେ ଗ୍ୟାସ ଲିକ୍ ହୋଇ ତିନି ଗୁରୁତର ହୋଇଥିବାର ଖବର ମିଳିଛି l

ମିଳିଥିବା ସୂଚନା ଅନୁଯାୟୀ, ବ୍ଲାଷ୍ଟଫର୍ଣ୍ଣେସ୍ ନିକଟରେ ଥିବା କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି -୧)ରେ ପ୍ରାୟ ୬୦ଜଣ କର୍ମଚାରୀ କାମ କରୁଥିଲେ। ଆଜି ସକାଳ ପ୍ରାୟ ସାଢେ ୭ଟାରେ ପାଇପରୁ ଗ୍ୟାସ୍ ଲିକ୍ ହୋଇଥିଲା। ଏହାଫଳରେ ବରିଷ୍ଠ ପରିଚାଳକ ଏମ୍ ଏ ହସନ୍,  କର୍ମଚାରୀ ସୌରଭ ସିହ୍ନା ଓ ବରିଷ୍ଠ ଟେକନିସିଆନ୍ ପବିତ୍ର ମୋହନ ସାହୁ ବେହୋସ ହୋଇଯାଇଥିଲେ। ଏହା ଦେଖି ଅନ୍ୟ କର୍ମଚାରୀମାନେ ସେଠାରୁ ଭୟରେ ପଳାଇ ଯାଇଥିଲେ।

image source-dtnext.in

ଏହାପରେ ତିନି ଗୁରୁତର ଏମ୍ ଏ ହସନ୍,  ସୌରଭ ସିହ୍ନା ଓ  ପବିତ୍ର ମୋହନ ସାହୁଙ୍କ ମଧ୍ୟରୁ ପ୍ରଥମ ଦୁଇ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ଆଇସିୟୁରେ ଓ ଅନ୍ୟ ଜଣଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଛି l ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଏଣେ ଏହି ଘଟଣାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିଲାଗି ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ଶ୍ରମିକ ସଂଗଠନଗୁଡ଼ିକ  ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର