ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ରାଷ୍ଟ୍ରୀୟ ସଂୟ ସେବକ ସଂଘ (ଆରଏସ୍‌ଏସ୍‌) ଶାଖାର ପ୍ରଥମ ବାର୍ଷିକ ଉତ୍ସବ ଗୋରୁମହିଷାଣୀସ୍ଥ ପି.ଏନ ବୋଷ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଶାଖାର ସମ୍ପାଦକ ବୃନ୍ଦାବନ ମହାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସଂୟ ସେବକ ସଂଘର ରାଇରଙ୍ଗପୁର ଜିଲ୍ଲାର ସହ ଜିଲ୍ଲା କାର୍ଯ୍ୟବାହ ବଳରାମ୍ ବାରିକ୍‌, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଲଳିତ ମହାନ୍ତ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ଧର୍ମ ଜାଗରଣ କେନ୍ଦୁଝର-ମୟୂରଭଂଜ ଶାଖାର ବିଭାଗ ପ୍ରମୁଖ, ଗ୍ରାମ ଦେହୁରୀ ନିମ ମାଝୀ, ସାମ୍ବାଦିକ ରାମକୃଷ୍ଣ ଦେ’ ପ୍ରମୁଖ ଯୋଗଦେଇ ହିନ୍ଧୁ ଧର୍ମ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ରାଷ୍ଟ୍ରୀୟ ସଂୟ ସେବକ ସଂଘ କିଭଳି ବିଭିନ୍ନ ସମାଜସେବା ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ବିଷୟ କରାଯାଏ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।

Advertisment

ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବୃନ୍ଦାବନ ମହାନ୍ତ, ସଭାପତି ରାମକୃଷ୍ଣ ଦେ’, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସହ ସଂଯୋଜକ କମଲ୍ ପାଲ, ରାଷ୍ଟ୍ରୀୟ ସଂୟ ସେବକ ସଂଘର ସନ୍ଦିପ ମହାକୁଡ, ଅଶୋକ କୁମାର ମହାନ୍ତ, ଉମେଶ ଚନ୍ଦ୍ର ସାହ ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ଅଭିଷେକ ଦାସ, ସୁନାପଦ ଟୁଡୁ, ଦିଲ୍ଲୀପ ସର୍ଦ୍ଧାର୍, କାଂଚନ ସର୍ଦ୍ଧାର୍, ସଂଜୟ ଦାସ୍, ଅଜୟ ମହାକୁଡ, ଯୁଗାନ୍ତ ମହାନ୍ତ, ସିପୁନ ସେଠୀ, ଜଗନ୍ନାଥ ଘଂଟ, ଆଶିଷ ଗିରି, ପ୍ରିୟପ୍ରଜ୍ଞା ଗିରି, ବିଜୁବାବୁ ପାଲ୍, ରାହୁଲ୍ ମହାନ୍ତ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ଏବିଭିପିର ଜିଲ୍ଲା ସଂଯୋଜକ ଶ୍ରୀ ପାଲ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।