ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩,୨୦୯ କରୋନା ନମୁନା ପରୀକ୍ଷା; ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩,୨୦୯ଟି କରୋନା ନମୁନା ପରୀକ୍ଷା ହୋଇଛି। ତେବେ ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆରଟିପିସିଆରରେ ୭,୨୯୫ଟି, ଆଣ୍ଟିଜେନରେ ୫୫,୭୮୦ଟି ଏବଂ ଟ୍ରୁନଟ ପଦ୍ଧତିରେ ୧୩୪ଟି କରୋନା ପରୀକ୍ଷା କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮୪୫୧ଟି କରୋନା ନମୂନା ପରୀକ୍ଷା ହୋଇଛି। ତା’ତଳକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୮୨୪୩ଟି, ଗଞ୍ଜାମ ଜିଲ୍ଲାରେ ୮୧୨୨ଟି, କେନ୍ଦୁଝର ଜିଲ୍ଲାରେ ୫୪୧୨ଟି, ପୁରୀ ଜିଲ୍ଲାରେ ୨୩୦୪ଟି, ଯାଜପୁର ଜିଲ୍ଲାରେ ୧୮୭୭ଟି, ନବରଙ୍ଗପୁର ଜିଲ୍ଲାରେ ୧୫୩୦ଟି, ନୟାଗଡ଼ ଜିଲ୍ଲାରେ ୧୧୮୬ଟି, ଝାରସୁଗୁଡ଼ା ଜିଲ୍ଲାରେ ୧୩୫୫ଟି ଓ କନ୍ଧମାଳ ଜିଲ୍ଲାରେ ୧୦୨୦ଟି କରୋନା ନମୁନା ପରୀକ୍ଷା ହୋଇଥିବାର ସୂଚନା ରହିଛି।

Delhi’s positivity levels started falling when it began conducting more Rapid Antigen Tests (RAT).
financialexpress.com

ଉଲ୍ଲେଖଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୩ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।

ସମ୍ବନ୍ଧିତ ଖବର