ସଂକ୍ରମଣର ଆଶଙ୍କା ଥିବାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ବନ୍ଦ ରହିଲା ଭୁବନେଶ୍ବର ଆରଟିଓ-୨ କାର୍ଯ୍ୟାଳୟ

ଭୁବନେଶ୍ବର : ଗତକାଲି ଆରଟିଓ-୧ ଅଫିସ୍‌ରୁ ୪ଜଣ କରୋନା ରୋଗୀ ବାହାରିବା ପରେ ରାଜଧାନୀ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସକୁ ସିଲ କରିଥିଲା ଭୁବନେଶ୍ବର ମହାନଗର ନିଗମ(ବିଏମସି) । ତେବେ ଜଣେ ଆରଟିଓ-୧ ଅଫିସର କର୍ମଚାରୀଙ୍କ ସଂସ୍ପର୍ଶରେ ଜଣେ ଆରଟିଓ-୨ର କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ଆଜି ସଂକ୍ରମଣ ସନ୍ଦେହରେ ଚନ୍ଦ୍ରଶେଖରପୁରସ୍ଥିତ ଆରଟିଓ-୨ ଅଫିସକୁ ବନ୍ଦ ରଖାଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ଆରଟିଓ-୨ ଅଫିସ ବନ୍ଦ ରହିବ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଗତକାଲି ଆରଟିଓ-୧ ଅଫିସ୍‌ରୁ ୪ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଅଫିସକୁ ସିଲ କରାଯାଇଥିଲା । ଏହା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଆରଟିଓ-୧ ଅଫିସ୍ ସହ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ମଧ୍ୟ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ସହ ଫୁଲନଖରା ପାଖରେ ଥିବା ଗତି କୋରିୟର ଗୋଦାମରୁ ୨ ଜଣ କରୋନା ପଜିଟିଭ୍‌ ବାହାରିଥିଲେ ।

ସମ୍ବନ୍ଧିତ ଖବର