ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଖୋଲା ରହିବ ଆର୍‌ଟିଓ ଅଫିସ୍‌

କଟକ : ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଦିନ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବ। ପାର୍ବଣ ସମୟ ଯୋଗୁଁ ପ୍ରାୟ ସମସ୍ତ ଗାଡ଼ି ସୋ-ରୁମ୍‌ ମାଲିକମାନେ ଆକର୍ଷଣୀୟ ଅଫର ରଖୁଛନ୍ତି। ଏଥିପାଇଁ ଏହି ସମୟରେ ଗାଡ଼ି କିଣା ହାର ବୃଦ୍ଧି ପାଇବ। ଯେହେତୁ ଏସମୟରେ ପୂଜା ଛୁଟି ପଡୁଛି, ତେଣୁ ଗାଡ଼ି ଗୁଡିକର ପଞ୍ଜିକରଣ କରିବାରେ ସମସ୍ୟା ହୋଇପାରେ। ତେଣୁ ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର ଗ୍ରହଣ କରିବା ପାଇଁ ସମସ୍ତ ଆର୍‌ଟିଓ ଅଫିସ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି। ‌ଏହି ପୂଜା ଛୁଟି ସମୟରେ ଡିଏଲ୍‌ ଓ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏପରିକି ଡିଲରମାନେ ଯେପରି ବିନା ପଞ୍ଜିକରଣରେ କୌଣସି ଗାଡ଼ି ବିକ୍ରି ନକରନ୍ତି, ତାହା ତଦାରଖ କରିବାକୁ ଆର୍‌ଟିଓମାନଙ୍କୁ କୁହାଯାଇଛି। ଯଦି କୌଣସି ଡିଲର ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରୁଥାନ୍ତି, ତେବେ ସେମାନଙ୍କ ଟ୍ରେଡ୍‌ ଲାଇସେନ୍ସ ବାତିଲ କରିଦିଆଯାଇପାରେ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର