ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ପାଇଁ ୪୦୦ରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ ଘରୋଇ ଲାବୋରୋଟୋରି

ଭୁବନେଶ୍ବର: କରୋନା ପରୀକ୍ଷା କରିବାକୁ ଘରୋଇ ଲାବୋରୋଟୋରିଗୁଡ଼ିକ ଅତ୍ୟାଧିକ ଟଙ୍କା ନେଉଥିବା ଅଭିଯୋଗ ଆସିବା ପରେ ଏ ନେଇ ଏକ ବିଜ୍ଞପ୍ତି‌ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ପାଇଁ ଘରୋଇ ଲାବୋରୋଟୋରିଗୁଡ଼ିକ ସର୍ବାଧିକ ୪୦୦ ଟଙ୍କା ନେଇପାରିବେ। ଏହା ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ସୂଚନା ରହିଛି ଯେ ଏହି ୪୦୦ ଟଙ୍କା ମଧ୍ୟରେ ଜିଏସ୍‌ଟି ମଧ୍ୟ ଅନ୍ତଭୁର୍କ୍ତ ରହିବ।

ଏଥିସହ ପୂର୍ବରୁ ଏ ନେଇ ୨୫/୦୮/୨୦୨୦ ତାରିଖରେ ଏ ସଂକ୍ରାନ୍ତରେ ଜାରି ହୋଇଥିବା ବିଜ୍ଞପ୍ତିକୁ ବାତିଲ୍‌ କରିଛନ୍ତି ସରକାର। ଘରୋଇ ଲାବୋରୋଟୋରିଗୁଡ଼ିକ ପକ୍ଷରୁ କରାଯାଉଥିବା ଟେଷ୍ଟ ଭୁବନେଶ୍ବରର ଆରଏମ୍‌ଆର୍‌ସି ତତ୍ତ୍ବାବଧାନରେ ହେବ ଏବଂ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ ଅନୁସାରେ ଟେଷ୍ଟ୍‌ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର