ଓମିକ୍ରନ୍ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କର ଆରଟିପିସିଆର ଟେଷ୍ଟ ହେବ: ଡିଏମଇଟି

କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ଡାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ୍ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ। ଯେଉଁ ମାନେ ନେଗେଟିଭ ବାହାରିବେ, ସେମାନଙ୍କୁ ସାତଦିନ ଆଇସୋଲେସନରେ ରଖାଯିବ। ସାତ ଦିନ ପରେ ଆରଟିପିସିଆର ଟେଷ୍ଟ କରାଯିବ। ଯେଉଁମାନେ ପଜିଟିଭ ବାହାରିଥିବେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ। ଟ୍ରିଟମେଣ୍ଟ କରାଯିବ। ଯେମିତି ଅନ୍ୟ ସହିତ ମିଶିପାରିବ ନାହିଁ। ଫୋକାଲ ପଏଣ୍ଟରେ କେଶ ବଢୁଛି ସେଇ କେଶଗୁଡ଼ିକର ଟେଷ୍ଟିଂ ହେବ ଓ ତାର ଜିନମ ସିକ୍ୟୁଏନ୍ସ କରାଯିବ। ଯେଉଁଠି ଅଧିକ କେଶ ବଢୁଥିବ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ।

ପ୍ରଥମ ଓ ଦ୍ବିତୀୟ ଲହରରେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୄଢ଼ କରିବା ପାଇଁ। ରେଗୁଲାର ସାଇଣ୍ଟିଫିକ ଡାଟା ପବ୍ଲିକକୁ ଦିଆଯିବ। ଏୟାରପୋର୍ଟ ହେଉ କି ବୋର୍ଡିର ହେଉ ଏଥିରେ କଡ଼ାକଡ଼ି ଚେକିଂ ହେବ। ଏୟାର ସୁବିଧା ପୋର୍ଟାଲରୁ ଯେଉଁମାନେ ଟ୍ରାନଜିଟ ଦେଶ ଦେଇ ଆସୁଛନ୍ତି, ସେହି ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ନିବେଦନ କରିଛନ୍ତି। ସେ ତଥ୍ୟ ଯୋଗାଇ ଦେଲେ ଭୁବନେଶ୍ୱର ଏୟାରପୋର୍ଟରେ ଟ୍ରାକିଂ ପାଇଁ ସୁବିଧା ହେବ। ଗତକାଲି ତିନିଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରୁ ଜଣେ ବେଙ୍ଗାଲୁରୁରୁ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି। ଓଡ଼ିଶାକୁ କେହି ବିଦେଶରୁ ଆସି ନାହାନ୍ତି। ନୀତି ଆୟୋଗ ଭିକେ ପଲ କହିଛନ୍ତି ମାସ୍କ ପିନ୍ଧନ୍ତୁ ସେଇଟା ଆମ ପାଇଁ କବଚ।

ସମ୍ବନ୍ଧିତ ଖବର