ଚଳିତବର୍ଷର ଶ୍ରେଷ୍ଠ ଷ୍ଟଲ ଭାବେ ପୁରସ୍କୃତ ହେଲା ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ରୁଚି

ଭୁବନେଶ୍ବର: ରୁଚି ହେଲା ଷ୍ଟଲ ଅଫ ଦ ଇୟର । ଏ ବର୍ଷର ଶ୍ରେଷ୍ଠ ଷ୍ଟଲ ଭାବେ ପୁରସ୍କୃତ ହେଲା ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ରୁଚି। ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚିର ଷ୍ଟଲକୁ ଶ୍ରେଷ୍ଠ ଷ୍ଟଲ ଭାବେ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏମଏସଏମଇ ବିଭାଗ ପକ୍ଷରୁ ଚାଲିଥିବା ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଓଏଫଏମଏଲ କର୍ତ୍ତୃପକ୍ଷଙ୍କୁ ପୁରସ୍କୃତ କରିଥିଲେ ।

ତେବେ ଗତ ୫ ଦିନ ଧରି ଚାଲିଥିବା ଏହି ମେଳାରେ ରୁଚି ନିଜର ଡକ୍ୟୁମେଣ୍ଟେସନ, ଷ୍ଟଲ ସୌନ୍ଦର୍ଯ୍ୟକରଣ, ଉପସ୍ଥାପନା ଏବଂ ସୁନ୍ଦର ଆତିଥ୍ୟ ପାଇଁ ଏହି ପୁରସ୍କାର ହାସଲ କରିଛି । ମେଳା ଉଦଘାଟନ ଦିବସରେ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଏବଂ ରଶ୍ମୀ ସାହୁ ରୁଚି ଫ୍ରୋଜିତ ଷ୍ଟଲର ଶୁଭାରମ୍ଭ କରିଥିଲେ । ଏହି ଷ୍ଟଲକୁ ବିଭିନ୍ନସ୍ତରର ଲୋକ, ବିଦେଶୀ ପ୍ରତିନିଧି, ଛାତ୍ରଛାତ୍ରୀ ପରିଦର୍ଶନ କରିବାକୁ ଆସିଥିଲେ ଆଉ ସମସ୍ତ ବ୍ୟବସ୍ଥା ଦେଖି ପ୍ରଶଂସା କରିଥିଲେ ।
ସମ୍ବନ୍ଧିତ ଖବର