ରୁଚି ପରିବାରର ୨୨ ଜଣଙ୍କୁ ରୁଚି ବିଦ୍ୟାର୍ଥୀ ପୁରସ୍କାର

କଟକ : ଓଡ଼ିଶାର ସୁପରିଚିତ ରୁଚି ମସଲା ଉଦ୍ୟୋଗ ନିଜ ଅନୁଷ୍ଠାନର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରିଛି। ଚଳିତବର୍ଷ ମାଟ୍ରିକ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୨୨ଜଣ କର୍ମଚାରୀଙ୍କ ପୁଅଝିଅଙ୍କୁ ରୁଚି ଉଦ୍ୟୋଗ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଛି। ଅର୍ପିତା ସାହୁ, ସାଇପ୍ରଜ୍ଞା ପରିଡ଼ା, ସୌମ୍ୟରଂଜନ ନାୟକ, ସୁଶ୍ରୀପ୍ରଜ୍ଞା ଜେନା, ବିଜୟିନୀ ପତି, ବର୍ଷା ପ୍ରିୟଦର୍ଶିନୀ ପଣ୍ତା, ଆକସ୍ମିକା ପତି, ତେଜସ୍ବିନୀ କର, ରଂଜିତ ଦାସ, ରୋଜାଲିନ ଜେନା, ଶିବପ୍ରସାଦ ନାୟକ, ଜ୍ୟୋତିର୍ମୟୀ ନାୟକ, ରାଜକୁମାରୀ ବେହେରା, ଅବିନାଶ ମହାପାତ୍ର, ମାମିନା ମୁର୍ମୁ, ଶର୍ମିଷ୍ଠା ଜେନା, ସୌମ୍ୟରଂଜନ ସ୍ବାଇଁ, ପୂଜାରାଣୀ ହାଁସଦା, ସୀମା ସାହୁ, ସର୍ବାଣୀ ପ୍ରଧାନ, ମାମାଲି ସ୍ବାଇଁ ଓ ରାଜଶ୍ରୀ ଦାସଙ୍କୁ ରୁଚି ବିଦ୍ୟାର୍ଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରୁଚିର ପରିଚାଳନା ନିେର୍ଦ୍ଦଶକ ଡକ୍ଟର ଶରତ କୁମାର ସାହୁ ରୁଚି ପରିବାରର ସମସ୍ତ କୃତୀ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ସୂଚନାଯୋଗ୍ୟ ଯେ, ରୁଚି ଦ୍ବାରା ସଂସ୍ଥାପିତ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ରାଜ୍ୟର ମାଟ୍ରିକ, ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଓ କଳା ଟପର ଏବଂ ଆଇ.ଏ.ଏସ୍‌. ଟପରଙ୍କ ସହିତ କୃତବିଦ୍ୟ ଓଡ଼ିଆ ପ୍ରତିଭାଙ୍କୁ ସମ୍ମାନିତ କରାଯାଇ ଆସୁଛି।

ସମ୍ବନ୍ଧିତ ଖବର