ରୁଚିର ପ୍ରତିଷ୍ଠା ଦିବସ ପାଳିତ: ​କର୍ମଚାରୀ, କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

କଟକ :ରଥଯାତ୍ରା ଅବସରରେ ରୁଚି ଶିଳ୍ପୋଦ୍ୟୋଗର ୪୬ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଛି। ମୁଖ୍ୟାଳୟଠାରେ ପୁରୁଖା ଶ୍ରମଜୀବୀ ଧୀରେନ୍ଦ୍ର ପରିଡ଼ା ରୁଚି ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ନିର୍ଦ୍ଦେଶିକା ସଲିନା ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ଚଳିତବର୍ଷ ଶ୍ରୀ ଜଗନ୍ନାଥ ରୁଚି ସଂସ୍କୃତି ସମ୍ମାନ ସହିତ ଦଶ ହଜାର ଟଙ୍କାର ଅର୍ଥରାଶି, ଅଙ୍ଗବସ୍ତ୍ର ଓ ସମ୍ମାନଫଳକ ପ୍ରଦାନ କରାଯାଇଥିଲା। ‘ରୁଚି’ର ୨୦ ଜଣ କର୍ମଚାରୀଙ୍କୁ ୫ ହଜାର ଲେଖାଏ ଟଙ୍କା ଓ ୪୬ ଜଣଙ୍କୁ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା। ରୁଚି ପରିବାରର ୨୩ ଜଣ ମାଟ୍ରିକ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ରୁଚି ମେଧାବୃତ୍ତି, ଅର୍ଥ ପୁରସ୍କାର ସହିତ ସ୍କୁଲ ବ୍ୟାଗ, ପାଠ୍ୟଉପକରଣ, ମାସ୍କ, ଫଳ ଓ ଶୁଖିଲା ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଥିଲା। ୪୨ ମୌଜାସ୍ଥିତ ଶ୍ରୀ ଜଗନ୍ନାଥ ଜରାନିବାସ, ବିଡ଼ାନାସୀ ଶୋଭନୀୟ ଶିକ୍ଷାଶ୍ରମ, ଯାଜପୁର ଜିଲ୍ଲା ବୁଡ଼ାକେନ୍ଦୁଆ ଏବଂ ବଡ଼ଚଣାର ଶିଶୁ ପରିଚର୍ଯ୍ୟା କେନ୍ଦ୍ରର ଅନ୍ତେବାସୀ ଓ ଶିଶୁମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଲୋକସଂପର୍କ ବିଭାଗର ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପ୍ରବନ୍ଧକ ସୁବ୍ରମଣ୍ୟମ୍ ପ୍ରସାଦ, ମାର୍କେଟିଂ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ମାନବସମ୍ବଳ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ସହକାରୀ ମହାପ୍ରବନ୍ଧକ ଲକ୍ଷ୍ମୀଧର ସାହୁ, ମୁଖ୍ୟ ପ୍ରବନ୍ଧକ ସଞ୍ଜୟ ପରମାଣିକ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ପ୍ରବନ୍ଧକ ମଧୁସ୍ମିତା ବାରିକ, ଫ୍ରୋଜିଟ୍ ଡିଭିଜନର ପିଆର୍‌ଓ ଦେବସ୍ମିତା ମିଶ୍ର, ମାନବସମ୍ବଳ ବିଭାଗ ଉପପ୍ରବନ୍ଧକ ସ୍ବରୂପ କୁମାର ନାୟକ, ହ୍ବାଇଟ କାନଭାସ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସୂଚନା ଅଧିକାରୀ ଡ. ନିହାର ରଂଜନ ସାହୁ।

ସମ୍ବନ୍ଧିତ ଖବର