ବାଲେଶ୍ୱର : କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ାଙ୍କୁ ତାଙ୍କର ଚଳଚ୍ଚିତ୍ର ‘ଏକ୍ ଇଡିଅଟ୍’ ପାଇଁ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟର ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶେଜପଡ଼ାଙ୍କ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ତାଙ୍କୁ ‘ବେଷ୍ଟ ଫିଲ୍ମ ସ୍କ୍ରିନିଂ ଆୱାର୍ଡ’ ଦିଆଯାଇଛି। ଇଣ୍ଡିଆ ସେଣ୍ଟର ଫର୍ ସିଭିଲ୍ ସୋସାଇଟି ପକ୍ଷରୁ ଗ୍ରେ ମେଟର୍ସ କେପିଟାଲ୍ର ଭାରତ ମୁଖ୍ୟ ପରିଚାଳନା ଅଧିକାରୀ ରାଗିଣୀ ଚୌଧୁରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱର ୧୧୧ଟି ଦେଶରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୯୨୪ଟି ଚଳଚ୍ଚିତ୍ର ମଧ୍ୟରୁ ଶ୍ରୀ ଶେଜପଡ଼ାଙ୍କ ‘ଏକ୍ ଇଡିଅଟ୍’ ପ୍ରଥମ ୫ଟି ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇଥିଲା। ସୂଚନାଯୋଗ୍ୟ; ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅଧୀନ ଝାରପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ସେ ବର୍ତମାନ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି।
ରୁଦ୍ରରଂଜନଙ୍କୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର
/sambad/media/post_attachments/wp-content/uploads/2017/11/rudra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)