ରୁକ୍ମଣୀ ଲାଠ ବାଲ୍‌ ନିକେତନର ଅନ୍ତେବାସୀଙ୍କ ବିବାହ ଉତ୍ସବ

ଧମା : ବରଗାଁ ଛଚାନପାଲି ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଡ. ପ୍ରଭାବତୀ ଦେବୀଙ୍କ ପ୍ରତିଷ୍ଠିତ ରୁକ୍ମଣୀ ଲାଠ ବାଲ୍‌ ନିକେତନରେ ଗୁରୁବାର ଜଣେ ଅନ୍ତେବାସୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନ୍ତେବାସୀ ଦୁର୍ଗାରାଣୀଙ୍କ ସହ ଜମନକିରା ବ୍ଲକ ରେଙ୍ଗାଲବେଡ଼ା ନିବାସୀ ପିତାମ୍ବର(ସୁମନ୍ତ)ଙ୍କ ସହ ବୈଦିକ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତପସ୍ବିନୀ ଓ ଦିଲ୍ଲୀପ କନ୍ୟାଦାନ କରିଥିଲେ।

ବିବାହ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଆସିଣ୍ଟାଣ୍ଟ କଲେକ୍‌ଟର୍‌ ମିତାଲି ମଧୁସ୍ମିତା ଦଳେଇ, ମାନେଶ୍ବର ବ୍ଲକ ଅଧ୍ୟକ୍ଷା ରୁକ୍ମଣୀ ମହାନନ୍ଦ, ଜିଲ୍ଲାପରିଷଦ ଜୋନ୍‌-୨ ସଭ୍ୟା ଗୀତାଞ୍ଜଳି ପାଣ୍ଡେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ଧମା ସରପଞ୍ଚ ଲଳିତା ପ୍ରଧାନ, ହୁମା ସରପଞ୍ଚ ଇଲାବତୀ ପୂଜାରୀ, ବାଲ୍‌ ନିକେତନର ଅଧ୍ୟକ୍ଷା ନଳିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନବ ବିବାହିତ ଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ବାଲ୍‌ ନିକେତନର ସମ୍ପାଦକ ରାଧେକୃଷ୍ଣ ପଣ୍ଡା, ସଂଗ୍ରାମ ପ୍ରଧାନ, ହେମନ୍ତ ପ୍ରଧାନ, ସୁରଞ୍ଜିତ ବଡ଼ପଣ୍ଡା, ଉତ୍ତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର