ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ୬ଟା ୨୦ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି। ଏଠାରୁ ପୁଣି ଆସନ୍ତାକାଲି ଅପରାହ୍ଣ ୨ଟାରେ ମାଉସୀ ମା’ ଅଭିମୁଖେ ଟଣାଯିବ। ମନ୍ଦିରର ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାରଣରୁ ସାଢ଼େ ୩ଟାରେ ପହଣ୍ଡି ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ରେ ରଥଟଣା ଯାଇଥିଲା। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଥିଲେ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ସେ ଦାୟୀ କରିଥିଲେ।
ଏଣେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଇବା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଦୁଇଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୧୨ଜଣ ଡିଏସ୍ପି ରୢାଙ୍କର ଅଧିକାରୀ ଓ ୮୦ଜଣ ଅଫିସର୍ଙ୍କୁ ଦାୟିତ୍ବ ଦିଆଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ପୁଲିସ ମୁତୟନ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ରୁକୁଣା-ରଥ-2.jpg)