ହାଟ, ମଲ ଓ ରେଷ୍ଟୁରାଣ୍ଟ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବ‌ନେଶ୍ବର:  ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନାଇଟ କର୍ଫ୍ୟୁ କରିବା ସହ ଏବେ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯଯାଇଛି। ଶନିବାର ଏବଂ ରବିବାର ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ରାଜ୍ୟରେ ବିଭିନ୍ନ କାମ ପାଇଁ ସରକାର କଟକଣା ଲାଗୁ କରିଥିବା ବେଳେ ପରିବା ହାଟ ଏବଂ ମଲ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି।

– କମ୍ ସଂଖ୍ୟକ ଗ୍ରାହକଙ୍କ ସହିତ ମଲ୍ ଚାଲିବ। ମଲ୍ ମାଲିକ ନିଶ୍ଚିତ କରିବେ ଯେ ମଲ୍ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିମାନଙ୍କ ତାପମାତ୍ରା ଯାଞ୍ଚ, ମାସ୍କର ସଠିକ୍ ବ୍ୟବହାର ଏବଂ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି। ମଲକୁ ଆସି ଲୋକ ଖାଦ୍ୟ ପ୍ୟାକ କରି ନେଇପାରିବେ। ମଲ୍ ପରିସରରେ ଖାଦ୍ୟ ଗ୍ରହଣ / ଖାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ମଲରେ ଥିବା ଦୋକାନ ଏବଂ ସାଧାରଣ ଅଞ୍ଚଳରେ କୌଣସି ସମୟରେ ଅଧିକ ପରିମାଣରେ ଭିଡ଼ ନହେବା ନେଇ ନିଶ୍ଚିତ କରିବା ମଲର ମାଲିକଙ୍କ ଦାୟିତ୍ୱ ହେବ।

– ସମସ୍ତ ଦୋକାନ ମାଲିକ / ଦୋକାନୀ ଏବଂ ମାର୍କେଟ ଆସୋସିଏସନର ଦାୟିତ୍ବ ହେବ ଯେ ସେମାନଙ୍କର ସମସ୍ତ କର୍ମଚାରୀ ଦୋକାନ ପରିସରରେ ରହିବା ସମୟରେ ସବୁବେଳେ ମାସ୍କ ପିନ୍ଧିବେ। କୌଣସି ପରିସ୍ଥିତିରେ, ଏହି ନିର୍ଦ୍ଦେଶର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ।

– ଦୋକାନକୁ ଆସୁଥିବା ସମସ୍ତ କ୍ରେତା / ପରିଦର୍ଶକ / ଗ୍ରାହକ ବାଧ୍ୟତାମୂଳକ ଭାବରେ ମାସ୍କ ବ୍ୟବହାର କରିବେ। ମାର୍କେଟ ଆସୋସିଏସନ୍ / ଦୋକାନ ମାଲିକମାନେ ଏହାକୁ ଚିଠି ଜରିଆରେ ଜଣାଇବେ।

– ଦୋକାନର ପରିଦର୍ଶକ / କ୍ରେତାଙ୍କ ସଂଖ୍ୟା ମାର୍କେଟ ଆସୋସିଏସନ୍ / ଦୋକାନ ମାଲିକମାନଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଦୋକାନୀଠାରୁ କ୍ରେତାଙ୍କ ମଧ୍ୟରେ ଏବଂ କ୍ରେତାଠାରୁ କ୍ରେତାଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବ।

– ଦୋକାନକୁ ପ୍ରବେଶ କରାଇବା ପୂର୍ବରୁ ଦୋକାନୀ କ୍ରେତାଙ୍କ ଥର୍ମାଲ ସ୍କ୍ରିନିଂ କରାଇବା ସହ ସେମାନଙ୍କୁ ସାନିଟାଇଜର ଯୋଗାଇ ଦେବେ।

– କୌଣସି ପରିସ୍ଥିତିରେ ଦୋକାନ ଭିତରେ ଅତ୍ୟଧିକ ଭିଡ଼କୁ ଅନୁମତି ଦିଆଯିବ ନାହିଁ। କରୋନା ସୁରକ୍ଷା ପ୍ରୋଟୋକଲଗୁଡିକ ପାଳନ ନ କରିବା, କିମ୍ବା କରୋନା ସୁରକ୍ଷା ନିୟମାବଳୀ ସମ୍ବନ୍ଧରେ କୌଣସି ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ କରିବା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଏବଂ ମହାମାରୀ ରୋଗ ଆଇନ, ୧୮୯୭ ଅନୁଯାୟୀ ଅପରାଧ ହେବ। ବାଣିଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷ ନିୟମ ଅନୁଯାୟୀ କରୋନା ସୁରକ୍ଷା ପ୍ରୋଟୋକଲଗୁଡିକର ଉଲ୍ଲଂଘନ କରୁଥିବା ଦୋକାନୀର ବାଣିଜ୍ୟ ଲାଇସେନ୍ସକୁ ସିଲ୍ କରିପାରିବେ କିମ୍ବା ସ୍ଥଗିତ / ବାତିଲ କରିପାରିବେ।

– ଉପରୋକ୍ତ ନିର୍ଦ୍ଦେଶନାମା ସହିତ ଦୈନିକ ହାଟ / ମାର୍କେଟ / ମାଛ ବଜାର ଦୋକାନୀ ଏବଂ କ୍ରେତାମାନଙ୍କ ମଧ୍ୟରେ ସର୍ବନିମ୍ନ ଛଅ ଫୁଟ ଦୂରତା ବଜାୟ ରହିବ। ଦୁଇଟି ଦୋକାନ ମଧ୍ୟରେ କୋଡ଼ିଏ ଫୁଟର ବ୍ୟବଧାନ ବଜାୟ ରହିବ। ବ୍ୟବସାୟ ସମୟରେ କରୋନା ସୁରକ୍ଷା ପ୍ରୋଟୋକଲର ପାଳନକୁ ନିଶ୍ଚିତ କରିବା ପାଇଁ କ୍ରେତାମାନଙ୍କ ପାଇଁ ସ୍ପେସ୍ ମାର୍କିଂ ରଖିବା ଦୋକାନୀଙ୍କ ଦାୟିତ୍ବ ହେବ।

– ହୋଟେଲ / ରେ‌ସ୍ତୋରାଁ କରୋନା ପ୍ରୋଟୋକଲଗୁଡିକର ଅନୁପାଳନ ଅନୁଯାୟୀ ହୋଟେଲ ଏବଂ ଏହାର ରେ‌ସ୍ତୋରାଁ ଭିତରେ ବାହାର ଲୋକଙ୍କୁ ଭୋଜନ କରିବାକୁ ଅନୁମତି ଦେବେ ନାହିଁ। ସେହିଭଳି କୌଣସି ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ନିଜ ଷ୍ଟଲ ଆଗରେ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବେ ନାହିଁ। ହେଲେ ଲୋକେ ଖାଦ୍ୟ ପ୍ୟାକ କରି ନେଇପାରିବେ |

ସମ୍ବନ୍ଧିତ ଖବର