ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ ଏବଂ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ନିର୍ବାଚନ କମିସନ ପଞ୍ଚାୟତ ଭୋଟ୍ ଗଣତିକୁ ନେଇ ଲଗାଇଥିବା କୋଭିଡ କଟକଣାକୁ କୋହଳ କରିଛନ୍ତି। ଭୋଟ୍ ଗଣତି ପ୍ରକ୍ରିୟାରେ ଯେଉଁମାନେ ସାମିଲ୍ ହେବେ ସେମାନଙ୍କୁ କେବଳ ଦୁଇ ଡୋଜ୍ କୋଭିଡ ଟିକା ନେଇଥିବା ଦରକାର ବୋଲି କୁହାଯାଇଛି। ଗଣତି କେନ୍ଦ୍ରକୁ ଯିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯେଉଁମାନଙ୍କ ନିକଟରେ କିଛି ବି କୋଭିଡ ଲକ୍ଷଣ ଦେଖାଯିବ ସେମାନଙ୍କୁ ଗଣତି କେନ୍ଦ୍ରକୁ ଛଡ଼ାଯିବନି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରି ୧୦ତାରିଖରେ ନିର୍ବାଚନ କମିସନର ଗାଇଡଲାଇନ୍ ଜାରି କରିଥିଲେ ଯେ ଏଥର ଭୋଟ୍ ଗଣତି କେନ୍ଦ୍ରକୁ ଯେଉଁମାନେ ଯିବେ ସେମାନେ ଦୁଇ ଡୋଜ୍ ଟିକା ନେଇଥିଲେ ବି ଗଣତି ଆରମ୍ଭ ହେବାର ୪୮ଘଣ୍ଟା ପୂର୍ବରୁ ଆର୍ଟିପିସିଆର୍ କିମ୍ବା ଆର୍ଏଟି ଟେଷ୍ଟ କରିବେ। ଯାହାକୁ ଏବେ ହଟାଇ ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp