ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ଓ ଇଚ୍ଛାଧୀନ ପରୀକ୍ଷା ପାଇଁ ନିୟମାବଳୀ ଜାରି

ଭୁବନେଶ୍ୱର : ନଭେମ୍ବର ୫ରୁ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଏବଂ ୧୧ ଓ ୧୨ ତାରିଖରେ ହେବାକୁ ଥିବା ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ନିୟମାବଳୀ ଜାରି ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ହେଉଥିବା ଏହି ଦୁଇ ପରୀକ୍ଷା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ୍‌-୧୯ ନିୟମ ଅନୁଯାୟୀ ପରିଚାଳିତ ହେବ। ବିନା ମାସ୍କରେ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ଆବଶ୍ୟକ ସ୍ଥଳେ ଗ୍ଲୋଭ୍‌ସ ପିନ୍ଧିବେ, ସାଙ୍ଗରେ ସାନିଟାଇଜର୍‌ ନେବାକୁ କୁହାଯାଇଛି।

ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ। ପରୀକ୍ଷା ପରିଚାଳନା ହବ୍‌ରେ ଇନଷ୍ଟାଣ୍ଟ ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ସମ୍ପୃକ୍ତ ଯୁକ୍ତ୨ କଲେଜରେ କରାଯିବ। ପରୀକ୍ଷା ସୁପରିଚାଳନା ପାଇଁ ବ୍ୟାପକ ପୁଲିସ ମୁତୟନ ଦିଗରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ପଦକ୍ଷେପ ନେବେ। ଦୁଇଟି ଯାକ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପଠାଇ ଦିଆଯାଇଛି। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରୁ ସେମାନଙ୍କର ଆଡମିଟ୍‌ କାର୍ଡ ସଂଗ୍ରହ କରିବେ।

ସମ୍ବନ୍ଧିତ ଖବର