ଭୁବନେଶ୍ବର : ଖୋର୍ଧା ବିଡିଓ ରୁମାନା ଜାଫ୍ରୀ ଜଟଣୀର ତହସିଲଦାର ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଜଳଶ୍ବେର ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଜଟଣୀ ତହସିଲଦାର ଭାବେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ଏହାକୁ ବାତିଲ କରି ଦିଆଯାଇଛି। ଶନିବାର ଦିନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ବିଭାଗ ପକ୍ଷରୁ ୫ଜଣ ଓଆରଏସ୍ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ରଂଜନ କୁମାର ସିଂହଙ୍କୁ ଯାଜପୁରର ଆସିଷ୍ଟାଣ୍ଟ କଲେକ୍ଟର, ଅଜୟ ପଣ୍ଡାଙ୍କୁ ଯାଜପୁରର ଅତିରିକ୍ତ ତହସିଲଦାର, କ୍ଷୀରୋଦ କୁମାର ଦାସଙ୍କୁ ଅନୁଗୁଳ ଆସିଷ୍ଟାଷ୍ଟ କଲେକ୍ଟର, ପ୍ରିୟଦର୍ଶୀ ରାଜେଶ ବାଲେଶ୍ବରର ଅତିରିକ୍ତ ତହସିଲଦାର ଓ ଚିତ୍ତରଂଜନ ପଟ୍ଟନାୟକଙ୍କୁ କୋରାପୁଟର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।
ଅପରପକ୍ଷରେ ରଥଯାତ୍ରା ଉପଲକ୍ଷେ ଆଇନ ଶୃଙ୍ଖଳାର ନିୟନ୍ତ୍ରଣ ପାଇଁ ଆଜି ୮୧ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ଦିଆଯାଇଛି। ଚଳିତମାସ ୨୯ତାରିଖରେ ଜୁଲାଇ ୧୩ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ଅଧିକାରୀମାନେ ପୁରୀରେ କାର୍ଯ୍ୟ କରିବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jatani-tahasil-office.jpg)