ରଣପୁର ଗ୍ରାମରେ ପିଲାଚୋର ଗୁଜବ

ବାଲିଅନ୍ତା : ଆଜି ରାତି ୯ଟା ସମୟରେ ବାଳକାଟି ଫାଣ୍ଡି ଅଧୀନ ରଣପୁର ଗ୍ରାମରେ ପିଲାଚୋର ଗୁଜବ ପ୍ରଚାର ନେଇ ଆତଙ୍କ ପରିସ୍ଥିତି ଉପୁଜିଛି । ରାତି ୧୦ଟା ସମୟରେ ଭୋଇସାହି ନିକଟସ୍ଥ ପୋଖରୀ ନିକଟସ୍ଥ ଅନ୍ଧାରିଆ ସ୍ଥାନରେ ଜଣେ ଯୁବକଙ୍କୁ ମୁହଁ ଘୋଡ଼ାଇ ହୋଇ ଛିଡ଼ା ହୋଇଥିବା ଦେଖି ସାହିର ଜଣେ ମହିଳା ପିଲାଚୋର କହି ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି କିଛି ସମୟ ମଧ୍ୟରେ ସେଠାରେ ଶତାଧିକ ସ୍ଥାନୀୟ ଲୋକଙ୍କ ରୁଣ୍ଡ ହୋଇଯାଇଥିଲେ । ହାତରେ ଲଣ୍ଠନ ଓ ଠେଙ୍ଗାବାଡ଼ି ଧରି ପିଲାଚୋରକୁ ଧରିବା ପାଇଁ ବଣବୁଦା ଓ ପୋଖରୀହୁଡ଼ା ଓ ନଡ଼ିଆ ବଗିଚାରେ ପଶି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଛାନଭିନ କରିଥିଲେ ମଧ୍ୟ ପିଲାଚୋରର କୌଣସି ପତ୍ତା ମିଳିନଥିଲା । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନିରାଶ ହୋଇ ଫେରିଯାଇଥିଲେ।

ପୂର୍ବାହ୍ନରେ ବାଲିପାଟଣା ଥାନା ଅଧୀନ ଗୁଆପୁର ଗ୍ରାମରେ ପିଲାଚୋର ଗୁଜବ ନେଇ ଭୟଭୀତ ହୋଇପଡ଼ିଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ବହେ ଛେଚିଥିଲେ । ପରେ ଜଣାପଡ଼ିଥିଲା ଯେ ଯୁବକ ଜଣକ ମନ୍ଦିର ତିଆରି ପାଇଁ ସହାୟତା ମାଗୁଥିଲେ । ଅନୁରୂପ ଭାବେ ରଣପୁର ଗ୍ରାମରେ ପିଲାଚୋର ଘଟଣା ଏକ ଗୁଜବ ବୋଲି ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର