କଳାବାଡିଆ: ବାଙ୍ଗିରିପୋଷି ବ୍ଲକ୍ ଦ୍ବାରଶୁଣୀ ଘାଟିର ପ୍ରଥମ ବାଙ୍କରେ ଏକ ମହାବଳ ବାଘ ବୁଲୁଥିବା ଦାବି କରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଉଥିଲା। ବାଘଟି ରାସ୍ତାରେ ବୁଲିବା ସହ ଜଙ୍ଗଲ ଭିତରକୁ ପଳାଇବାର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ କରିଛି ବନ ବିଭାଗ।
/sambad/media/post_attachments/wp-content/uploads/2022/02/c40dba8b-11b5-4787-8539-2ea1fb52d774.jpg)
ଏହି ଭିଡିଓଟି ୨ଦିନ ହେବ ଭାଇରାଲ ହେଉଥିବା ଆମେ ମଧ୍ୟ ଦେଖିଛୁ। କିନ୍ତୁ ଏହା ଦ୍ଵାରଶୁଣୀ ଘାଟିର ଦୃଶ୍ୟ ନୁହଁ, ଅନ୍ୟ କେଉଁ ଅଞ୍ଚଳର ହୋଇଥିବ ବୋଲି ଫରେଷ୍ଟର ଲକ୍ଷ୍ମୀଧର ବେହେରା କହିଛନ୍ତି। ଏହି ଗୁଜବକୁ ଜନସାଧାରଣ ବିଶ୍ଵାସ ନକରିବା ପାଇଁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/57d8d8f0-e68d-4c8b-b016-dda08ac2b277.jpg)