ଭୁବନେଶ୍ୱର : ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ଆଜି ସକାଳେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଗଣଦୌଡ଼ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଜନତା ମଇଦାନର ପ୍ରବେଶ ଗେଟ୍ରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଧାବିକା ଦୂତି ଚାନ୍ଦ, କ୍ରିକେଟିୟର ଦେବାଶିଷ ମହାନ୍ତି, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ମହିଳା ପର୍ବତାରୋହୀ କଳ୍ପନା ଦାସ, ସମ୍ବାଦ ସିଜିଏମ ଅରବିନ୍ଦ ଦାସ, କନକ ନ୍ୟୁଜ୍ର ରତିକାନ୍ତ ଶତପଥୀ ପ୍ରମୂଖ ସାମିଲ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଉତ୍ସାହିତ କରିଥିଲେ। ଏହି ଗଣଦୌଡ଼ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ମାନ୍ୟଗଣ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ।
ଆଜି ବିଶ୍ୱ ହୃଦୟ ଦିବସରେ ‘ସୁସ୍ଥ ହୃଦୟ ,ସୁରକ୍ଷିତ ଜୀବନ ’ବାର୍ତ୍ତାନେଇ ଆରମ୍ଭ ହୋଇଥିଲା ଏହି ଗଣଦୌଡ଼। ବିଶେଷତଃ ଶାରୀରିକ ବ୍ୟାୟାମ ଦ୍ୱାରା ଆମେ ଆମ ହୃଦୟକୁ ସୁସ୍ଥ ରଖି ପାରିବା ବୋଲି ଏହି ପଦଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି।