ଦ୍ୱୈତନଗରୀକୁ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର: ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକ ମଧ୍ୟରେ ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ ଜନସାଧାରଣ ସ୍ପେଶାଲ ଟ୍ରେନ୍‌ ଚଳାଚଳ ହେବା ନେଇ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି । ଏହା ଏବେ ପରୀକ୍ଷାମୂଳକ ଭାବେ ଚଳାଚଳ କରିବ।

୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରୁ ୧.୩୦ରେ ବାହାରି ୨.୩୦ରେ କଟକରେ ବାରଙ୍ଗ ଓ ଗୋପଳପୁର ବାଲିକୁଦା  ଦେଇ ପହଞ୍ଚିବ। ସେହିପରି ୦୮୪୫୯ କଟକ-ଭୁବନେଶ୍ୱର ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍‌ ନିର୍ଗୁଣ୍ଡି-ଗୁରୁଦିଜହଟିଆ-ରାଧାକିଶୋରପୁର-ନରାଜ ମର୍ତପୁର ଦେଇ କଟକରେ ଅପରାହ୍ନ ୨.୪୦ରେ ବାହାରି ୫.୨୦ରେ ଭୁବନେଶ୍ୱର ପହଞ୍ଚିବ।

ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍‌ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନ୍ୟୁ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ିରେ ଯାତ୍ରୀଙ୍କ ପାଇଁ ରହିବ।

ସେହିପରି ଫେରିବା ସମୟରେ କେନ୍ଦ୍ରାପଡ଼ା ରୋଡ, ମଙ୍ଗୁଳି ଚୌଦ୍ୱାର,ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବାଦାପଦଗ୍ରାମ, ଗୁରଡ଼ିଝାଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନ୍ୟୁ, ପଟିଆ, ମଞ୍ଚେଶ୍ୱର ଓ ବାଣୀବିହାରରେ ଅଟକିବ।

ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ଏକ ମେମୁ ଟ୍ରେନ୍‌ ଯୋଗାଇ ଦିଆଯିବ ଏବଂ ଏହି ଟ୍ରେନ୍‌ ଦ୍ୱୈତନଗରୀ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ଯାତ୍ରା ସମୟରେ ବିଶେଷ ସହାୟକ ହେବ। ଏଥିସହିତ ଚୌଦ୍ୱାର, ଆଠଗଡ଼, ନରସିଂହପୁର ଏବଂ ଢ଼େଙ୍କାନାଳର କିଛି ଯାତ୍ରୀ ମଧ୍ୟ ଏହି ଟ୍ରେନ୍‌ ଦ୍ୱାରା ଉପକୃତ ହେବେ।

ସମ୍ବନ୍ଧିତ ଖବର