ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଚିପଲିମା ନିକଟ ବଗବିରାଠାରେ ଏକ ଚଳନ୍ତା କାର୍‌ରେ ବୁଧବାର ନିଆଁ ଲାଗିଯାଇଥିଲା।

Advertisment

ସୂଚନା ଅନୁସାରେ, ସମ୍ବଲପୁରର ଡା. ଦିଲ୍ଲୀପ ପାଣିଗ୍ରାହୀ ଚିପିଲିମାସ୍ଥିତ ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ ସାରି ସକାଳ ୭ଟାରେ ଫେରୁଥିବା ସମୟରେ ବଗବିରା ଗ୍ରାମ ନିକଟରେ ତାଙ୍କ କାର୍ (ଓଡି ୧୫ କେ ୦୯୦୦)ରେ ନିଆଁ ଲାଗିଯାଇଥିଲା। ସର୍ଟସର୍କିଟ୍‌ ଯୋଗୁଁ ଗାଡ଼ିରେ ନିଆଁ ଲାଗିଥିବା କହାଯାଉଛି। ତେବେ ଡା. ପାଣିଗ୍ରାହୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।