ଭୁବନେଶ୍ୱର : ରୁର୍ବାନ୍ ମିସନ ୩ୟ ପର୍ଯ୍ୟାୟରେ ଆଉ ୪ଟି ନୂଆ ଅଞ୍ଚଳ ସାମିଲ କରାଯାଇଛି। ଫଳରେ ମିସନରେ ସାମିଲ ହୋଇଥିବା ମୋଟ ସହର ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ୪ଟି ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ୩୦୫.୬୫ କୋଟି ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି।
ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ରୁର୍ବାନ ମିସନର ରାଜ୍ୟସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ୪ଟି ନୂଆ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହି ଅଞ୍ଚଳଗୁଡ଼ିକ ହେଉଛି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା, କୋରାପୁଟ ଜିଲ୍ଲାର ମାରିଚମାଲ, ରାୟଗଡ଼ା ଜିଲ୍ଲାର ପୁଟ୍ଟାସିଂ, ବାଲେଶ୍ୱର ଜିଲ୍ଲାର ରାଇବଣିଆ। ଏସବୁ ଅଞ୍ଚଳରେ ନୂତନ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ ଆଦି ମୌଳିକ ସେବା ଯୋଗାଣ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ଲାଗି ମୁଖ୍ୟ ସଚିବ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ।
ଏ ନେଇ ବିଭାଗୀୟ ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂ କହିଥିଲେ, ଏହି କାର୍ଯ୍ୟ ଯୋଜନା ଅଟକଳରୁ ୨୩୦.୩୪ କୋଟି ଟଙ୍କା ବିଭିନ୍ନ ଯୋଜନାର କ୍ଷେତ୍ରସ୍ତରୀୟ ସମନ୍ଵୟ ମାଧ୍ୟମରେ ଏବଂ ଅବଶିଷ୍ଟ ୭୫.୩୦ କୋଟି କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ ଭାବେ ଖର୍ଚ ବ୍ୟବସ୍ଥା କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମିସନ ନିର୍ଦେଶକ ପ୍ରଣବଜ୍ୟୋତି ନାଥ, ରାଜ୍ୟ ନୋଡାଲ୍ ଅଧିକାରୀ ସ୍ୱୟଂପ୍ରଭା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/ruban-mission.jpg)