ଜୟପୁର: ଭୁବନେଶ୍ୱରରେ ଗତ ୯ ତାରିଖ ଠାରୁ ଅନୁଷ୍ଠିତ ୨ ଦିନିଆ ଆର୍ନ୍ତଜାତୀୟ ପୃଷ୍ଟି ଶସ୍ୟ ସମ୍ମିଳନୀରେ କୋରାପୁଟ ଜିଲ୍ଲାର ସବିତା ରାଉତ ମାଣ୍ଡିଆରେ ତିଆରି ଖାଦ୍ୟ ଶସ୍ୟ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଲାଭ କରିଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ବସ୍ତରରେ ୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେ ଏହି ପୁରସ୍କାର ଲାଭ କରି କୋରାପୁଟ ଜିଲ୍ଲା ତଥା ଓଡିଶାର ନାଁକୁ ଗୌରବ ଓସମ୍ମାନ ଆଣି ଦେଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଶ୍ରୀମତି ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସମୟରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମୁଖ କୃଷି ସଚିବ ଡ. ଅରବିନ୍ଧ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମନ୍ଦିର ଖେଚୁଡ଼ି, ଅଳସୀ ମାଣ୍ଡୁର ପିଠା, ବାଜରା ହବିଷ ଡାଲମା ଇତ୍ୟାଦି ପ୍ରସ୍ତୁତ କରି ଶ୍ରୀମତି ରାଉତ ବିଚାରକଙ୍କ  ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଞାପନ କରାଯାଇଛି।