ଯାଜପୁରସଦର: ସାବିତ୍ରୀ ବ୍ରତ ଅବସରରେ ଆଜି ଯାଜପୁରର ମା’ ବିରଜାଙ୍କ ମନ୍ଦିରରେ ହଜାରହଜାର ବ୍ରତଧାରୀ ମହିଳାଙ୍କ ସମାଗମ ହୋଇଥିଲା। ଭୋର ୫.୩୦ରେ ମନ୍ଦିରର ସିଂହଦ୍ବାର ଖୋଲିବା ପରେ ମହିଳା ଭକ୍ତମାନେ ଧାଡ଼ିରେ ଯାଇ ମା’ଙ୍କ ଦର୍ଶନ କରିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ମନ୍ଦିରରେ ଅପରାହ୍ଣ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଯାଜପୁର ଟାଉନ ଥାନା ପୁଲିସ ସଦଳବଳ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଭକ୍ତମାନଙ୍କୁ ଖରାରୁ ରକ୍ଷା ପାଇଁ ଅସ୍ଥାୟୀ ଟେଣ୍ଟ ସହ ପଙ୍ଖା, କୁଲର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପରିସରରେ ଦହି ସରବତ ବଣ୍ଟନ କରାଯାଇଥିଲା।
ପ୍ରବଳ ଭିଡ଼ରେ ଶ୍ରଦ୍ଧାଳୁମାନଙ୍କୁ ଚୋରି ଓ ପକେଟ ମାର ପ୍ରତି ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟର କମ୍ପ୍ୟୁଟର ଅପରେଟର ମଳୟ କୁମାର ପଣ୍ଡା ସିସି ଟିଭି ମାଧ୍ୟମରେ ମନ୍ଦିର ପରିସରର ଗତିବିଧି ଉପରେ ନଜର ରଖିଥିଲେ। ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଆଜି ହଜାରହଜାର ମହିଳା ଭକ୍ତ ଶାଢ଼ି, ଶଙ୍ଖା, ସିନ୍ଦୁର, ବ୍ରତ ଓ ଫୁଲ, ଫଳ ନେଇ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ୧୫୦ରୁ ଊର୍ଦ୍ଧ୍ବ ସେବାୟତ ପୂଜାର୍ଚ୍ଚନା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଜନ ସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକା କର୍ମଚାରୀମାନେ ଉପସ୍ଥିତ ରହି ଦାୟିତ୍ବ ସମ୍ପାଦନ କରିଥିଲେ। ସେହିପରି ସତ୍ୟସାଇ ସେବା ସଂସ୍ଥା ତରଫରୁ କର୍ମୀମାନେ ଉପସ୍ଥିତ ରହି ମନ୍ଦିରର ସଫେଇ କାର୍ଯ୍ୟ କରିଥିଲେ।
/sambad/media/post_attachments/wp-content/uploads/2024/06/885a8f9e-bbc6-462d-b317-da9b4bcc775b.jpeg)
ଏହି ଅବସରରେ ଅନ୍ବେଷଣ, ଡ୍ରାଇଭର ସଂଘ ପକ୍ଷରୁ ଜଳ ବଣ୍ଟନ କରାଯାଇଥିଲା। ସ୍ଥାନୀୟ କାଉନସିଲର ସୁରେନ୍ଦ୍ର ରଣାଙ୍କ ନେତୃତ୍ୱରେ ମା’ ପୁଣ୍ୟତୋୟା ସେବା ସମିତି ତରଫରୁ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେଇଥିଲେ। ବହୁ ଅଣଓଡ଼ିଆ ଭକ୍ତ ମଧ୍ୟ ମା’ଙ୍କ ଦର୍ଶନ କରିଥିଲେ। ଆଜି ମଧ୍ୟାହ୍ନର ନୀତି ସକାଳ ୫ଟା ୩୦ ପୂର୍ବରୁ କରାଯାଇଥିଲା। ମା’ଙ୍କ ଦର୍ଶନ ପରେ ଅପରାହ୍ଣ ୧ଟାରୁ ୩ ଟା ପର୍ଯ୍ୟନ୍ତ ପହଡ଼ କରାଯାଇଥିଲା। ୩ଟା ପରଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ। ମନ୍ଦିର ତରଫରୁ କର୍ମଚାରୀ ସୁଧାର ରଂଜନ ପଣ୍ଡା, ପ୍ରଭାତ କୁମାର ପତି, ମଳୟ କୁମାର ପଣ୍ଡା, ଚନ୍ଦନ ଦିକ୍ଷୀତ, ନରେନ୍ଦ୍ର ଭୂଷଣ କର, ରତିକାନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/87a88aa2-649e-481b-a2ad-42d70828ce7d.jpeg)