ପାଟକୁରା ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରଓ୍ଵାଲ

ଭୁବନେଶ୍ୱର: ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରଓ୍ଵାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍‌ ମିଳିଥିବା ବେଳେ ସାବିତ୍ରୀ ଅଗ୍ରଓ୍ଵାଲ ୯୫ ହଜାର ୧୬୨ ଖଣ୍ଡ ଅଗ୍ରଓ୍ଵାଲ ଭୋଟ ପାଇଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କ ଠାରୁ ସାବିତ୍ରୀ ଅଗ୍ରୱାଲ୍‌ ୧୭,୬୫୫ ଖଣ୍ଡ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

ପାଟକୁରା ନିର୍ବାଚନ ଚଳିତ ମାସ ୨୦ ତାରିଖରେ ହୋଇଥିଲା। ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ଭୋଟ ଗଣନା ଜୁଲାଇ ୨୪ରେ ହୋଇଥିଲା।

ସମ୍ବନ୍ଧିତ ଖବର