ଭୁବନେଶ୍ବର: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ କରିଥିବା ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ଆଜି ଭୁବନେଶ୍ୱରରେ ପହଂଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ନବବିବାହିତ ଦମ୍ପତି ‘ସବ୍ୟ-ଅର୍ଚ୍ଚିତା’ଙ୍କୁ ଦେଖିବା ପାଇଁ ତାଙ୍କର ସମର୍ଥକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ଓଡ଼ିଆ ଚଳଚ୍ଚିତ୍ରର ସଫଳ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ। ରିଲ୍ ଲାଇଫ ଯୋଡ଼ିରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟ ଓ ଅର୍ଚିତା । ବିବାହ ପରେ ଆଜି ଓଡ଼ିଶାରେ ପଂହଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା।
ପ୍ରକୃତରେ ଗତବର୍ଷ ମାର୍ଚ୍ଚ ମାସରେ ବିବାହ ପାଇଁ ସ୍ଥିର ହୋଇଥିଲା। କୋଭିଡ କଟକଣା ପାଇଁ ବନ୍ଦ ଥିବା ସହ ଏବେ ଶୁଭେଚ୍ଛୁଙ୍କ ଗହଳି ତଥା ସୁରକ୍ଷା ପାଇଁ ଉଭୟ ପରିବାର ସମ୍ମତିରେ ରାଜସ୍ଥାନରେ ବିବାହ କରିବାକୁ ସ୍ଥିର କରିଥିବା କହିଛନ୍ତି ସବ୍ୟସାଚୀ । ଏହାସହ ସବ୍ୟସାଚୀ ନିଜ ଜୀବନର ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଦେଇଛନ୍ତି। ରିଲ୍ ଲାଇଫ୍ ସହିତ ଆଗକୁ ସମାଜସେବା ଜାରି ରହିବ ବୋଲି ଉଭୟେ ଗଣମାଧ୍ୟମ ଆଗରେ ପ୍ରତିଜ୍ଞା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/rajasthan-returns-sabyasachi-05_Thumb.jpg)