୪୦ ଜଣ ଭଉଣୀଙ୍କୁ ସବ୍ୟସାଚୀଙ୍କ ରଜ ଉପହାର

ଭୁବନେଶ୍ବର : ତାମିଲନାଡୁର ବିଭିନ୍ନ ଜାଗାରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଲକ୍‌ଡାଉନରେ ଫସିଥିବା ଝିଅମାନଙ୍କୁ ଫେରାଇ ଆଣି ରଜ ଉପହାର ଦେଇଛନ୍ତି ଅଭିନେତା ସବ୍ୟସାଚୀ। ଖୋର୍ଧା, କଟକ, ରାୟଗଡ଼ା, ସମ୍ବଲପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାର ଏହି ୪୦ ଜଣ ଝିଅଙ୍କୁ ଫେରାଇ ଆଣିବା ପାଇଁ ଭାଇଟିଏ ଭଳି ସବ୍ୟ ଆଗେଇ ଯାଇଥିଲେ। ସେମାନଙ୍କଠାରୁ ସୋସିଆଲ ମିଡିଆରେ ଅନୁରୋଧ ପାଇବା ପରେ ଝିଅମାନଙ୍କୁ ଓଡ଼ିଶା ଫେରାଇ ଆଣିଥିଲେ। ପହିଲି ରଜ ଦିନ ବସ୍‌ ତାମିଲନାଡ଼ୁରୁ ବାହାରିଥିଲା। ଏଥିପାଇଁ ଝିଅମାନଙ୍କ ପରିବାର ସବ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର