ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମାମଲା : କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା : କଡ଼ା ସୁରକ୍ଷା ବଳୟ ମଧ୍ୟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ରାୟଗଡା ସିଜିଏମ୍ କୋର୍ଟରେ ହାଜର କରାଯାଇଛି। ୨୦୦୨ ମସିହାରେ ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମାମଲାରେ ସବ୍ୟସାଚୀଙ୍କ ସଂପୃକ୍ତି ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୭ ସାକ୍ଷୀଙ୍କ ସମେତ ସରକାରୀ ଓକିଲ ଉମା ପଟ୍ଟନାୟକ କୋର୍ଟରେ ହାଜର ନହେବା କାରଣରୁ ସିଜିଏମ୍ ସବ୍ୟସାଚୀଙ୍କୁ ବ୍ରହ୍ମପୁର ଜେଲ୍‌କୁ ଫେରାଇ ଦେଇଛନ୍ତି। ପ୍ରକାଶଥାଉକି, ୨୦୦୨ ଡିସେମ୍ବର ୫ ତାରିଖରେ ପୁଲିସ୍ ଭ୍ୟାନକୁ ଲକ୍ଷ୍ୟ କରି ମାଓବାଦୀ ଲ୍ୟାଣ୍ଡମାଇନ୍ ବି‌ସ୍ଫୋରଣ କରିଥିଲେ। ବ୍ରହ୍ମପୁରର କ୍ରୀଡ଼‌ା ପ୍ରତିଯୋଗିତାରେ ଯୋଗଦେଇ ଓଏସଏପି ବାଟାଲିୟନର ଯବାନ ଭ୍ୟାନ୍ ଯୋଗେ କୋରାପୁଟ ଫେରୁଥିବା ବେଳେ ମିଟସ୍ କଲେଜ ନିକଟରେ ଏହି ବିସ୍ଫୋରଣ ଘଟିଥିଲା।

ସମ୍ବନ୍ଧିତ ଖବର