ଭୁବନେଶ୍ୱର: ବିଶ୍ୱର ଲୋକପ୍ରିୟ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଭୁବନେଶ୍ୱର ଆସୁଛନ୍ତି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ସଚିନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱର ଗସ୍ତ ନେଇ ସଚିନ ତେନ୍ଦୁଲକର ନିଜେ ଟୁଇଟ୍ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିସହ ସେ ହକି ବିଶ୍ୱକପ୍ର ବିଶ୍ବସ୍ତରୀୟ ଅାୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଅାକୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟରେ ସଚିନ୍ ଲେଖିଛନ୍ତି- ‘ମୁଁ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଅାସୁଛି। ସେଠାରେ ଦେଖାହେବ!’
Heartwarming to see the entire nation supporting the Men's #HockeyWorldCup2018. Congrats @Naveen_Odisha@TheHockeyIndia for the world class arrangements. To extend my support, I’ll be coming to the spectacular Kalinga Stadium tomorrow. See you there! @sports_odisha@FIH_Hockeypic.twitter.com/HZyZlH6iL0
— Sachin Tendulkar (@sachin_rt) December 15, 2018
ପୂର୍ବରୁ ଯେଉଁ ଆଭାସ ମିଳୁଥିଲା ତାହା ସତ ହେବାକୁ ଯାଉଛି। କଳିଙ୍ଗ ଷ୍ଟାଡିୟମ୍ର ହକି ଗ୍ରାଉଣ୍ଡରେ ଦର୍ଶକମାନେ ବିଶ୍ୱର ପୂର୍ବତନ ଲୋକପ୍ରିୟ କ୍ରିକେଟର ସଚିନଙ୍କୁ ଦେଖିବାକୁ ପାଇବେ। ହକି ଗ୍ରାଉଣ୍ଡରେ କ୍ରିକେଟରଙ୍କୁ ପାଇ ଦର୍ଶକମାନେ ନିଶ୍ଚିତ ଭାବରେ ଖୁସି ଅନୁଭବ କରିବେ। ପୁରୁଷ ହକି ବିଶ୍ୱକପ୍ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ। ଏହା ପୂର୍ବରୁ ସେମିଫାଇନାଲରେ ପରାଜିତ ହୋଇଥିବା ୨ଟି ଟିମ୍ ୩ୟ ସ୍ଥାନ ପାଇଁ ମୁକାବିଲା କରିବେ।