ସଚିବାଳୟ ସେବା ଅଧିକାରୀଙ୍କ ଧାରଣା

ଭୁବନେଶ୍ବର : ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ବିଭାଗୀୟ ପଦୋନ୍ନତି କମିଟି ବସିବା ଦାବିରେ ଆଜି ସଚିବାଳୟ ସ୍ଥିତ ଆଇନ ବିଭାଗ ଆଗରେ ଧାରଣାରେ ବସିଥିଲେ ସଚିବାଳୟ ସେବା ଅଧିକାରୀ। ସୋମବାର ଆଇନ ସଚିବଙ୍କ ଆଗରେ ପଦୋନ୍ନତି କମିଟି ବୈଠକ ଦାବି କରି ଅଡ଼ି ବସିଥିଲେ କର୍ମଚାରୀ। ତେବେ ଅଧିକାରୀଙ୍କ ଦାବି ନେଇ ଅନୁଧ୍ୟାନ କରାଯିବ ବୋଲି ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର