ଭୁବନେଶ୍ୱର: ଯାତ୍ରା ଜଗତରୁ ପୁଣି ଆସିଛି ଦୁଃଖଦ ଖବର | ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଲିଭର ଜଣ୍ଡିସରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ଦେହ ହଠାତ ବିଗିଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳର ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ତୁଳସୀ ଗଣନାଟ୍ୟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଜ୍ଞାନ ତାଙ୍କର ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ।| ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟ, ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ଆଗଧାଡିର ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।
Horoscope 2026 January 06: ଜାଣନ୍ତୁ ଆଜିର ରାଶିଫଳ
ମାସକ ମଧ୍ୟରେ ଚାଲିଗଲେଣି 3 ବରିଷ୍ଠ କଳାକାର ବଡ କଥା ଯେ ଗତ ମାସକ ମଧ୍ୟରେ ଯାତ୍ରା ଜଗତର 3 ବରିଷ୍ଠ କଳାକାର ଅକାଳରେ ଆରପାରିକୁ ଚାଲିଯାଇଛନ୍ତି | ନଭେମ୍ବର ପହିଲାରେ ଯାତ୍ରା ଜଗତର ବର୍ଷିଆନ କଳାକାର ଦେବୀ ରଥ ଚାଲିଯାଇଥିବାବେଳେ ଡିସେମ୍ବର ପହିଲାରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ) ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ହସାଇ ହସାଇ ବେଦମ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/sffshfhhfs-2026-01-06-00-51-58.jpg)