ସମ୍ବଲପୁର : ଓଡିଶା ସରକାରଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରଶାସନିକ ଅଧିକାରୀ ମାନେ ଏବେ ଟକିଜ ମୁହାଁ ହୋଇଛନ୍ତି । ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ କରିଥିବା ‘ଦମନ’ ଯୋଜନା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଦେଖିବା ପାଇଁ ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ୬୦ରୁ ଉର୍ଦ୍ଧ୍ବ କର୍ମଚାରୀ ମଳିତ ଭାବେ ଏହି ଚଳଚ୍ଚିତ୍ର ଦେଖିଛନ୍ତି । ଏହି ଚଳଚ୍ଚିତ୍ରରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡାକ୍ତରଙ୍କ ସଂଘର୍ଷମୟ ଜୀବନକୁ ଉପସ୍ଥାପନା କରାଯାଇଛି। ଚଳଚ୍ଚିତ୍ର ଦେଖିବା ପରେ ଲୋକେ ଅଭିନେତା ବାବୁସାନ ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି।
ଦମନ ଦେଖିଲେ ସଦର ହସ୍ପିଟାଲ୍ କର୍ମଚାରୀ
/sambad/media/post_attachments/wp-content/uploads/2022/12/sambalpur-daman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)