ଅପରାଧୀଙ୍କୁ ଦମନ ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା ‘ସେଫ୍‌ ସିଟି ଡ୍ରାଇଭ୍‌’

ଭୁବନେଶ୍ଵର: କମିସନରେଟ ପୁଲିସର ‘ସେଫ୍‌ ସିଟି ଡ୍ରାଇଭ୍‌’ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ସହ ୨୫ଟି ବାଇକରେ ଟିମ୍‌ ୬୦ର ୫୦ ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଛନ୍ତି। ରାଜଧାନୀରେ ରାସ୍ତାକଡ଼ରେ ବେଆଇନ ଆର୍ଡା ଉପରେ ଚଢ଼ଉ ସହ ଅପରାଧୀଙ୍କୁ ଦମନ ପାଇଁ ଚାଲିଛି ଡ୍ରାଇଭ୍‌।

ଆଜି ମାରଷ୍ଟକ୍ୟାଣ୍ଟିନ ଛକରୁ ଏହି ଡ୍ରାଇଭ୍‌ ବାହାରି ଦୁଇଟି ଟିମ୍ ରାଜଧାନୀର ରବି ଟକିଜ୍‌, ଶିଶୁଭବନ, ପୋଖରୀପୁଟ, ଖଣ୍ଡଗିରି, ଫାୟାର ଷ୍ଟେସନ, ଶିରିପୁର , ରାଜମଲଛକରେ ଗୋଟିଏ ଟିମ୍ ପାଟ୍ରୋଲିଙ୍ଗ କରିଥିବା ବେଳେ ଅନ୍ୟ ଟିମଟି କଟକ ରୋଗ, ରସୁଲଗଡ଼, ମଞ୍ଚେଶ୍ବର, ନାଲକୋ ଛକ, ବୁଦ୍ଧ ପାର୍କ, ଜୟଦେବ ବିହାର, ହାଉସ୍ ବୋର୍ଡରେ ପେଟ୍ରୋଲିଙ୍ଗ କରିଛି। ଏହି ଡ୍ରାଇଭ୍‌ ସମୟରେ ରାଜଧାନୀର ଗଳିକନ୍ଦିରେ ବୁଲି ରାସ୍ତାକଡ଼ରେ ଥିବା ମଦୁଆ ଆର୍ଡା ଓ ଗଞ୍ଜେଇ ଆର୍ଡା ଉପରେ ଚଢ଼ଉ କରି ମଦ ନଷ୍ଟ କରୁଛି ଏହି ଟିମ୍। ରାସ୍ତାକଡରେ ବେଆଇନ ମଦ ଆର୍ଡା ନ କରିବାକୁ ଲୋକଙ୍କୁ ସଚେତନ କରାଉଛି କମିସନରେଟ ପୁଲିସ।

ସମ୍ବନ୍ଧିତ ଖବର