ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ପୁଲିସ ଷ୍ଟେସନରେ ମୁତୟନ ହୋଇଥିବା ପୁଲିସକର୍ମୀ ଏବଂ ପୁଲିସ ଷ୍ଟେସନକୁ ଆସୁଥିବା ଲୋକଙ୍କ ସୁରକ୍ଷା ବଡ଼ ନିଷ୍ପତ୍ତି ନେଇଛି ଓଡ଼ିଶା ପୁଲିସ। ଏବେ ପୁଲିସ ଷ୍ଟେସନ୍ କ୍ୟାମ୍ପସରେ ଜବତ ହୋଇଥିବା ବିସ୍ଫୋରକ ପଦାର୍ଥ, କ୍ଷତିକାରକ ଏବଂ ଅତ୍ୟଧିକ ଜ୍ୱଳନ୍ତ ସାମଗ୍ରୀ ଇତ୍ୟାଦି ରଖିବାବେଳେ ସତର୍କତା ଅବଲମ୍ବନ କରିବା ଏବଂ ସୁରକ୍ଷା ମାନଦଣ୍ଡ ପାଳନ କରିବା ସମସ୍ତ ପୁଲିସ ଷ୍ଟେସନକୁ କୁହାଯାଇଛି। ଏନେଇ କ୍ରାଇମ ବ୍ରାଞ୍ଚର ଆଡିସିନାଲ ପୁଲିସ ଡିଜି ସମସ୍ତ ଜିଲ୍ଲା ଏସଏସପି ଚିଠି ଲେଖିଛନ୍ତି।
ଚିଠିରେ ଲେଖାଯାଇଛି ଯେ, ବିସ୍ଫୋରକ ସାମଗ୍ରୀ, କ୍ଷତିକାରକ ପଦାର୍ଥ, ଅତ୍ୟଧିକ ଜ୍ୱଳନ୍ତ ସାମଗ୍ରୀକୁ ପୁଲିସ ଷ୍ଟେସନ ମାଲକାନାରେ ରଖିବା ଉଚିତ୍ ନୁହେଁ। ଅତ୍ୟଧିକ ପରିସ୍ଥିତିରେ, ଯଦି ଜବତ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଷ୍ଟେସନ୍ କ୍ୟାମ୍ପସରେ ରଖିବା ଆବଶ୍ୟକ ହୁଏ, ତେବେ ଏହା ବମ୍ ଡିସପୋଜାଲ୍ ସ୍କ୍ବାଡ ଦ୍ବାରା ଆବଶ୍ୟକ ସତର୍କତା ସହିତ ଆବଶ୍ୟକୀୟ ପରୀକ୍ଷା ପରେ ହିଁ କରାଯିବ। ପରୀକ୍ଷା ପାଇଁ ବିଳମ୍ବ ହେଲେ ବମ୍ ଡିସପୋଜାଲ୍ ସ୍କ୍ବାଡ ଆସିବା ପର୍ଯ୍ୟନ୍ତ ବିସ୍ଫୋରକ ସାମଗ୍ରୀ ଷ୍ଟେସନ୍ କ୍ୟାମ୍ପସ ବାହାରେ ରଖାଯିବ। ୫.୧୦.୨୦୨୧ ସୁଦ୍ଧା ଜିଲ୍ଲାର ସମସ୍ତ ଷ୍ଟେସନ୍ କ୍ୟାମ୍ପସ ପରିଦର୍ଶନ କରିବା ଏବଂ ଏହି ଆଦେଶକୁ ଦୃଷ୍ଟିରେ ରଖି କ୍ୟାମ୍ପସର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଏସଡିପିଓ/ ଡିଏସପିମାନଙ୍କୁ ଦାୟିତ୍ବ ଦେବା ପାଇଁ ଏସପିମାନଙ୍କୁ କହିଛନ୍ତି କ୍ରାଇମ ବ୍ରାଞ୍ଚର ଆଡିସିନାଲ ପୁଲିସ ଡିଜି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-249.jpg)